Get Updates
Get notified of breaking news, exclusive insights, and must-see stories!

ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ହେଲା ଭୋଟ ଗ୍ରହଣ

ଦେଶରେ ପଂଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ କହିଛି, ସନ୍ଧ୍ୟା ୫ଟା ସୁଦ୍ଧା ୬୦ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଆଜି ଗୋଟିଏ ଦିନରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସମେତ ଏହା ଅଧିନରେ ଥିବା ସମସ୍ତ ୩୫ ବିଧାନସଭା ପାଇଁ ଭୋଟ୍ ପଡ଼ିଛି । ଏବଂ ଇଭିଏମ ସିଲ୍ ହେବା ସହ ୩୦୫ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହୋଇଛି । ଯାହାର ଫଳାଫଳ ଜୁନ୍ ୪ତାରିଖରେ ଆସିବାକୁ ଯାଉଛି ।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ ହୋଇଛି । ଏହି କ୍ରମରେ ବରଗଡରେ ସର୍ବାଧିକ ୬୬.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ୫୫.୬୫ ପ୍ରତିଶତ ସହ ଆସ୍କାରେ ସବୁଠୁ କମ ଭୋଟିଂ ହୋଇଛି । ସୁନ୍ଦରଗଡରେ ୬୧.୫୩ ପ୍ରତିଶତ, କନ୍ଧମାଳ ୫୭.୪୬ ପ୍ରତିଶତ, ବଲାଙ୍ଗୀରରେ ୬୧.୩୫ ପ୍ରତିଶତ ମତଦାନ ହୋଇଛି ।

Odisha Lok Sabha Election

ସଂଧ୍ୟା ୫ଟା ସୁଦ୍ଧା ବିହାର - ୫୨.୩୫% ଜାମ୍ମୁ କାଶ୍ମୀର - ୫୪.୨୧% ଝାଡଖଣ୍ଡ - ୬୧.୯୦% ଲଦାଖ - ୬୭.୧୫% ମହାରାଷ୍ଟ୍ର - ୪୮.୬୬% ଓଡିଶା - ୬୦.୫୫% ଉତ୍ତରପ୍ରଦେଶ - ୫୫.୮୦ ପଶ୍ଚିମବଙ୍ଗ - ୭୩.୦୦% ଭୋଟ ଗ୍ରହଣ ହୋଇଛି ।

May 20, 2024, 9:24 pm IST

ସମସ୍ତଙ୍କୁ ଧନ୍ୟବାଦ

ରାଜ୍ୟରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଏବଂ ଦେଶରେ ସରିଲା ପଞ୍ଚମ ପର୍ଯ୍ୟାୟ ମତଦାନ । ଲାଇଭ ଅପଡେଟ୍ ପାଇଁ ୱାନଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରହି ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।
May 20, 2024, 8:41 pm IST

କଣ୍ଟାମାଳ ମହେଶ୍ୱରପିଣ୍ଡା ଗାଁର ୨୮ ନମ୍ବର ବୁଥ୍‌ରେ ଉତ୍ତେଜନା

କଣ୍ଟାମାଳ ମହେଶ୍ୱରପିଣ୍ଡା ଗାଁର ୨୮ ନମ୍ବର ବୁଥ୍‌ରେ ଉତ୍ତେଜନା ଭୋଟ୍ ଦେଇ ପାରି ନଥିବା ଲୋକଙ୍କ ରାସ୍ତାରୋକରୁ ଉତ୍ତେଜନା । ପୋଲିସ-ସାଧାରଣ ଜନତା ମୁହାଁମୁହିଁ; ପୋଲିସ ଚଳାଇଲା ଲାଠିମାଡ଼ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା ମଧ୍ୟ ହୋଇଛି ।
May 20, 2024, 7:46 pm IST

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ହୋଇଛି ୬୦ ପ୍ରତିଶତ ମତଦାନ

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ହୋଇଛି ୬୦ ପ୍ରତିଶତ ମତଦାନ ବରଗଡରେ ସର୍ବାଧିକ ୬୬.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ୫୫.୬୫ ପ୍ରତିଶତ ସହ ଆସ୍କାରେ ସବୁଠୁ କମ ଭୋଟିଂ ହୋଇଛି । ସୁନ୍ଦରଗଡରେ ୬୧.୫୩ ପ୍ରତିଶତ, କନ୍ଧମାଳ ୫୭.୪୬ ପ୍ରତିଶତ, ବଲାଙ୍ଗୀରରେ ୬୧.୩୫ ପ୍ରତିଶତ ମତଦାନ ହୋଇଛି ।
May 20, 2024, 7:00 pm IST

କେଉଁଠାରେ ହୋଇଛି କେତେ ପ୍ରତିଶତ ଭୋଟ ?

ସଂଧ୍ୟା ୫ଟା ସୁଦ୍ଧା ବିହାର - ୫୨.୩୫% ଜାମ୍ମୁ କାଶ୍ମୀର - ୫୪.୨୧% ଝାଡଖଣ୍ଡ - ୬୧.୯୦% ଲଦାଖ - ୬୭.୧୫% ମହାରାଷ୍ଟ୍ର - ୪୮.୬୬% ଓଡିଶା - ୬୦.୫୫% ଉତ୍ତରପ୍ରଦେଶ - ୫୫.୮୦ ପଶ୍ଚିମବଙ୍ଗ - ୭୩.୦୦% ଭୋଟ ଗ୍ରହଣ ହୋଇଛି ।
May 20, 2024, 5:53 pm IST

ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରେକର୍ଡ ହେଲା ୫୬.୫୮% ଭୋଟ୍

ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ, ୫୬.୫୮% ଭୋଟ୍ ରେକର୍ଡ କରାଯାଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ୭୩% ରେକର୍ଡ ହୋଇଥିବାବେଳେ ମହାରାଷ୍ଟରେ ସର୍ବନିମ୍ନ ଭୋଟ ହାର ୪୮.୬୬% ରେକର୍ଡ କରାଯାଇଛି ।
May 20, 2024, 5:15 pm IST

ଭୋଟ ଦେଲେ ମୁକେଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ତାଙ୍କର ପୁରା ପରିବାର ସହ ମୁମ୍ବାଇର ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ।
May 20, 2024, 4:54 pm IST

ଶ୍ରଦ୍ଧା କପୁର ଦେଲେ ଭୋଟ

ଅଭିନେତ୍ରୀ ଶ୍ରଦ୍ଧା କପୁର ମତଦାନ କେନ୍ଦ୍ରକୁ ନିଜ ପରିବାର ସହ ଆସି ଦେଇଛନ୍ତ ଭୋଟ୍ ।
May 20, 2024, 4:47 pm IST

ଅନନ୍ୟା ପାଣ୍ଡେ ଦେଲେ ଭୋଟ

ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଚଙ୍କି ପାଣ୍ଡେ ଏବଂ ଭବାନା ପାଣ୍ଡେ ଦେଇଛନ୍ତ ଭୋଟ୍ ।
May 20, 2024, 4:45 pm IST

ଭୋଟ ଦେଲେ ସୈଫ-କରୀନା

ଭୋଟ ଦେଲେ ସୈଫ-କରୀନା
May 20, 2024, 4:18 pm IST

ଭୋଟ ଦେଲେ ଶଙ୍କର ମହାଦେବନ

ଗାୟକ ତଥା ସଂଗୀତଜ୍ଞ ଶଙ୍କର ମହାଦେବନ ତାଙ୍କ ପରିବାର ସହିତ ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଛନ୍ତି । ଭୋଟ ଦେବା ପରେ ସେ କହିଛନ୍ତି ସମସ୍ତେ ଭୋଟ୍ ଦେବା ଜରୁରୀ ଅଟେ ।
May 20, 2024, 4:02 pm IST

ଭୋଟ ଦେଲେ ଶାହାରୁଖ ଖାନ୍‌

୨୦୨୪ ରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ରେ ମୁମ୍ବାଇରେ ଅଭିନେତା ଶାହାରୁଖ ଖାନ ତାଙ୍କ ପରିବାର ସହିତ ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଛନ୍ତି ।
May 20, 2024, 3:46 pm IST

ପଶ୍ଚିମବଙ୍ଗରେ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସର୍ବାଧିକ ଭୋଟ୍

ଲୋକସଭା ନିର୍ବାଚନ ୨୦୨୪ ର ପଞ୍ଚମ ପର୍ଯ୍ୟାୟରେ ୪୯ ଟି ଆସନରେ ମତଦାନ ଚାଲିଛି । ଏହି ସମୟରେ, ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ଯେ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାୟ ୪୭.୫୩ ପ୍ରତିଶତ ମତଦାନ ହୋଇଛି । ସର୍ବାଧିକ ମତଦାନ ପଶ୍ଚିମବଙ୍ଗରେ ୬୨.୭୨ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ସର୍ବନିମ୍ନ ୩୮.୭୭ ପ୍ରତିଶତ ହୋଇଛି ।
May 20, 2024, 3:25 pm IST

ଭୋଟ ଦେଲେ କିଆରା ଆଡ଼ଭାନି

ଅଭିନେତ୍ରୀ କିଆରା ଆଡଭାନୀ ଦେଇଛନ୍ତି ଭୋଟ । ଆଉ ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ।
May 20, 2024, 2:59 pm IST

ଭୋଟ ଦେଲେ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମିଞ୍ଜ

ଲାଇଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଥ ନମ୍ବର ୧୭୫ରେ ଧର୍ମ ପତ୍ନୀଙ୍କ ସହିତ ଭୋଟ ଦେଲେ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମିଞ୍ଜ ।
May 20, 2024, 2:59 pm IST

ସମାଜବାଦି ପାର୍ଟି ଆଣିଲା ଅଭିଯୋଗ

ସମାଜବାଦି ପାର୍ଟି ଆଣିଲା ଅଭିଯୋଗ, ମତଦାନ ଅଧିକାରୀମାନେ କୁଣ୍ଡାରେ ଭୋଟ୍ ଦେଉଛନ୍ତି
May 20, 2024, 2:55 pm IST

ରାଏବରେଲିର ଏକ ବୁଥ କେନ୍ଦ୍ରରେ ପହଁଞ୍ଚିଲେ ରାହୁଲ

ରାହୁଲ ଗାନ୍ଧୀ ମତଦାନ ବୁଥ ଯାଞ୍ଚ କରିବା ପାଇଁ ରାଏବରେଲିରେ ପହଞ୍ଚିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ମଧ୍ୟ ଭୋଟରଙ୍କ ସହ କଥା ହୋଇଥିଲେ । କଂଗ୍ରେସ ଟ୍ୱିଟ୍ କରି କହିଛି ଯେ ରାଏବରେଲିର ସମ୍ମାନିତ ଭୋଟରଙ୍କ ମଧ୍ୟରେ ଜନନାୟକ ପହଞ୍ଚିଛନ୍ତି । ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଏହି ସଂଗ୍ରାମ । ଆମେ ଏକାଠି ଲଢ଼଼ିବା ଏବଂ ଜିତିବା ।
May 20, 2024, 2:34 pm IST

ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ କେଉଁଠାରେ ହୋଇଛି କେତେ ପ୍ରତିଶତ ଭୋଟ?

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ପଞ୍ଚମ ପର୍ଯ୍ୟାୟରେ ପ୍ରାୟ ୩୬.୭୩ ପ୍ରତିଶତ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୪୮.୪୧ ପ୍ରତିଶତ ମତଦାନ ହୋଇଥିଲା । ଏହା ବ୍ୟତୀତ ବିହାରରେ ୩୪.୬୨%, ଜାମ୍ମୁ କାଶ୍ମୀରରେ ୩୪.୭୯%, ଝାଡଖଣ୍ଡରେ ୪୧.୮୯%, ଲଦାଖରେ ୫୨.୦୨%, ମହାରାଷ୍ଟ୍ରରେ ୨୭.୭୮%, ଓଡିଶାରେ ୩୫.୩୧%, ୟୁପିରେ ୩୯.୫୫% ମତଦାନ ହୋଇଛି ।
May 20, 2024, 2:31 pm IST

ଭୋଟ ଦେଲେ ରତନ ଟାଟା

ଶିଳ୍ପପତି ରତନ ଟାଟା ମୁମ୍ବାଇର କୋଲାବାସ୍ଥିତ ମତଦାନ ବୁଥରେ ନିଜର ଭୋଟ୍ ଦେଇଛନ୍ତି ।
May 20, 2024, 2:15 pm IST

ମଧ୍ୟାହ୍ନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ

ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ମଧ୍ୟାହ୍ନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ
May 20, 2024, 2:11 pm IST

'ଆମେ ସମସ୍ତେ ଦେଶ ପାଇଁ ଭୋଟ୍ ଦେବା ଉଚିତ୍‌'

ଅଭିନେତ୍ରୀ ତନୁଜା ମୁମ୍ବାଇର ଏକ ମତଦାନ ବୁଥରେ କହିଛନ୍ତି ଯେ ଆମେ ସମସ୍ତେ ଦେଶ ପାଇଁ ଭୋଟ୍ ଦେବା ଉଚିତ୍ ।
May 20, 2024, 2:09 pm IST

ପ୍ରିୟା ଦତ୍ତ ଦେଲେ ଭୋଟ

ନିଜର ଭୋଟ୍ ଦେବା ପାଇଁ ପ୍ରିୟା ଦତ୍ତ ତାଙ୍କ ପରିବାର ସହିତ ମୁମ୍ବାଇର ଏକ ମତଦାନ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । ଆଉ ଭୋଟ୍ ଦେବା ପରେ ସେ ଗଣମାଧ୍ୟମ ପାଇଁ ମଧ୍ୟ ପୋଜ୍ ଦେଇଥିଲେ
May 20, 2024, 2:06 pm IST

ଭୋଟ୍ ନିଶ୍ଚିତ ଦିଅନ୍ତୁ:ହ୍ରିତିକ୍ ରୋଶନ୍‌

'ଭୋଟ୍ ଦେବା ପୂର୍ବରୁ, ପ୍ରାର୍ଥୀମାନଙ୍କ ବିଷୟରେ ଜାଣନ୍ତୁ, ଆପଣ କାହାକୁ ଭୋଟ୍ ଦେଉଛନ୍ତି ତାହା ଜାଣନ୍ତୁ, ଏହା ଆପଣଙ୍କର ଦାୟିତ୍ୱ ବୋଲି ବଲିଉଡର ଷ୍ଟାର ହ୍ରିତିକ୍ ରୋଶନ୍ କହିଛନ୍ତି ।
May 20, 2024, 1:52 pm IST

ଲୋକସଭା ନିର୍ବାଚନ 2024

ଲୋକସଭା ନିର୍ବାଚନ 2024: ଅଭିନେତା ବରୁଣ ଧୱନ ପିତା ଡେଭିଡ ଧୱନଙ୍କ ସହ ଦେଲେ ଭୋଟ୍ ।
May 20, 2024, 1:30 pm IST

ବରଗଡ଼ରେ ନିର୍ବାଚନୀ ହିଂସା: ଜଣେ ମୃତ

ବରଗଡ଼ରେ ନିର୍ବାଚନୀ ହିଂସା: ଜଣେ ମୃତ
May 20, 2024, 1:26 pm IST

ଭଞ୍ଜନଗରରେ ନିର୍ବାଚନୀ ହିଂସା

ବେରୁଆବାଡ଼ି ବୁଥରେ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟ ମାରପିଟ୍ । ବୁଥ୍ ରିଗିଂ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଜେପି କର୍ମୀଙ୍କୁ ବିରୋଧ କରିବା ଯୋଗୁଁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ।
May 20, 2024, 1:23 pm IST
ମହାରାଷ୍ଟ୍ର

ଭୋଟ୍ ଦେବାପାଇଁ ପହଞ୍ଚିଲେ ସାଜିଦ୍ ଖାନ୍

ଭୋଟ୍ ଦେବାପାଇଁ ପହଞ୍ଚିଲେ ସାଜିଦ୍ ଖାନ୍
May 20, 2024, 1:16 pm IST

ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବାଇସ ଦେଲେ ଭୋଟ୍

ଆଜି ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ, ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବାଇସ ଦେଲେ ଭୋଟ୍ । ଜୁନ୍ ୪ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।
May 20, 2024, 1:01 pm IST

ଆମେ ଭୋଟ୍ ଦେବା ଉଚିତ୍ : ଅନୁପମ ଖେର

ମୁମ୍ବାଇ: ଭୋଟ୍ ଦେବା ପରେ ଅଭିନେତା ଅନୁପମ ଖେର କୁହନ୍ତି, ଆଜି ଗଣତନ୍ତ୍ରର ପର୍ବ ଏବଂ ଆସନ୍ତା ୫ ବର୍ଷ ପାଇଁ ଆମ ସରକାର ଚୟନ କରିବାକୁ ଆମେ ଆସିବା ଏବଂ ଭୋଟ୍ ଦେବା ଉଚିତ୍ ।
May 20, 2024, 12:55 pm IST

ଭୋଟ ଦେଲେ ସୂର୍ଯ୍ୟା କୁମାର ଯାଦବ

ଭୋଟ ଦେଲେ କ୍ରିକେଟର ସୂର୍ଯ୍ୟା କୁମାର ଯାଦବ ।
May 20, 2024, 12:50 pm IST

ଭୋଟ ଦେଲେ ଇମରାନ

ଭୋଟ ଦେଲେ ବିଶିଷ୍ଟ ଅଭିନେତା ଇମରାନ । ସେ ନିଜର ଆଙ୍ଗୁଠି ଦେଖାଇଛନ୍ତି ।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+