କରୋନା ଅପଡେଟ୍ : 24 ଘଣ୍ଟାରେ 1130 ସଂକ୍ରମିତ ଚିହ୍ନଟ
ରାଜ୍ୟରେ ପୁଣି ଉପରମୁହାଁ ହେଉଛି କୋରୋନା ଗ୍ରାଫ । ଲଗାତାର ଚତୁର୍ଥ ଦିନରେ 11 ଶହ ପାର କଲା ଦୈନିକ ସଂକ୍ରମଣ ।
ଭୁବନେଶ୍ବର: ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ଚତୁର୍ଥ ଦିନରେ 11 ଶହ ପାର କଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 1130 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 662 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 468 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 143 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ଦୁଇ, ବାଲେଶ୍ବର 25, ବରଗଡ ତେଇଶି, ଭଦ୍ରକରୁ 14, ବଲାଙ୍ଗୀରରୁ ସତର, ବୌଦ୍ଧରୁ ଏକ, କଟକରୁ 111, ଦେଓଗଡରୁ ତିନି, ଢେଙ୍କାନାଳରୁ ତିନି, ଗଜପତିରୁ 5, ଗଞ୍ଜାମରୁ 4, ଜଗତସିଂହପୁରରୁ 10, ଯାଜପୁରରୁ 36, ଝାରସୁଗୁଡାରୁ 25, କଳାହାଣ୍ଡିରୁ ନଅ, କନ୍ଧମାଳରୁ 17, କେନ୍ଦ୍ରାପଡାରୁ 18, କେନ୍ଦୁଝରରୁ 11, ଖୋର୍ଦ୍ଧାରୁ ସର୍ବାଧିକ 206 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି କୋରାପୁଟରୁ 11,ମାଲକାନଗିରିରୁ 1, ମୟୂରଭଞ୍ଜରୁ 93, ନବରଙ୍ଗପୁରରୁ 9, ନୟାଗଡରୁ 33, ନୂଆପଡାରୁ 16, ପୁରୀରୁ 14, ରାୟଗଡାରୁ 14, ସମ୍ବଲପୁରରୁ 106, ସୋନପୁରରୁ ଅଠର, ସୁନ୍ଦରଗଡରୁ 225 ଓ ଷ୍ଟେଟପୋଲରୁ 47 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 5 ହଜାର 499ରେ ପହଞ୍ଚିଛି ।
ବର୍ତ୍ତମାନ ରାଜ୍ୟରେ 7345 ସକ୍ରିୟ ମାମଲା ରହିଛି । ନୂଆ 1029 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12,88,970 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications