କାଟାଗୋରୀରେ 'ବି' ରେ ରହିଛି ଏହି ସବୁ ଜିଲ୍ଲା: ଦିନ ଗୋଟାଏ ଯାଏଁ କଟକଣା କୋହଳ

ଉପକୂଳ ଅଞ୍ଚଳର 13ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟକୁ ସକାଳ 6 ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କୋହଳ କରାଯାଇଛି ।

ଭୁବନେଶ୍ୱର: ଆସନ୍ତା କାଲି ସକାଳ 5ଟାରେ ସରୁଛି ତୃତୀୟ ପର୍ଯ୍ୟାୟ ଲକଡାଉନ । ଏହାପରେ ଜୁଲାଇ ପହିଲା ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ କଟକଣାରେ କିଛିଟା କୋହଳ କରାଯାଇଛି । ଉପକୂଳ ଅଞ୍ଚଳର 13ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟକୁ ସକାଳ 6 ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କୋହଳ କରାଯାଇଛି ।

odisha lockdown

କାଟାଗୋରୀରେ 'ବି' ଜିଲ୍ଲା: ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା।

ସାରା ରାଜ୍ୟରେ ଟୀକାକରଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟରେ ଯାଇପାରିବେ । ବ୍ୟାଙ୍କିଂ, କୃଷି ଏବଂ ପରିବହନ କାର୍ଯ୍ୟ ଜାରି ରହିବ । ସମସ୍ତ ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ରହିବ । ନିର୍ମାଣ କାର୍ଯ୍ୟ ଜାରି ରହିବ ।

ସେହିପରି ଲକଡାଉନ୍ ସମୟରେ ଦୁଗ୍ଧ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନଗୁଡିକ ନିର୍ଦ୍ଧାରିତ ସମୟାନୁସାରେ ଖୋଲିବାକୁ ଅନୁମତି ଦିଆଯାଇଛି। ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ, ବ୍ରତ ଏବଂ ସାମାଜିକ କାର୍ଯ୍ୟକ୍ରମ ପାଇଁ ରହିଥିବା କଟକଣାରେ କୌଣସି ପରିବର୍ତ୍ତନ ହୋଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+