ଅନ୍ଧବିଶ୍ୱାସରେ ମଣିଷ: ମାଟି ଖୋଳିଲେ ବାହାରିବ ସୁନା କଳସ, ଚାଲିଥିଲା ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଗୁଣି ଗାରେଡ଼ି ଆଉ ବଳି
ନୟାଗଡ଼: ଆଜିର ବିଜ୍ଞାନ ଯୁଗରେ ବି ମଣିଷ ମନରୁ ଲିଭିପାରିନି ଅନ୍ଧବିଶ୍ୱାସ ଚିନ୍ତାଧାରା । ମାଟି ଖୋଳିଲେ ସୁନା ବାହାରିବା ଲୋଭରେ ଚାଲିଥିଲା ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଗୁଣି ଗାରେଡ଼ି ଆଉ ବଳି । ଗୁଣିଆଙ୍କ ନିର୍ଦ୍ଦେଶରେ ଦିଆଯାଇଛି ବୋଦା ଓ କୁକୁଡ଼ା ବଳି । ପୂଜାର୍ଚ୍ଚନା ପରେ ସୁନା ପାଇବାକୁ ଗାତ ଖୋଳା ଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ମିଟିଗାଡୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ବାସ୍ତବରେ ଗାଁର ରତ୍ନାକର ଜାନୀ ସୁନା କଳସ ଲୋଭରେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ କିଛି ଗୁଣିଆଙ୍କ ପ୍ରରୋଚନାରେ ପଡି ସୁନା କଳସ ଲୋଭରେ ଗାଁ ପାଖ ଜଙ୍ଗଲରେ ଥିବା ବରଗଛ ମୂଳରେ ପୂଜାର୍ଚ୍ଚନା, ବଳି ଦେବା ପରେ ଆରମ୍ଭ କରିଥିଲେ ଗାତ ଖୋଳା । କିନ୍ତୁ ଗାଁ ଲୋକେ ଖବର ପାଇ ଏହି ଅନ୍ଧବିଶ୍ବାସ ସପୂର୍ଣ୍ଣ କାର୍ଯ୍ୟକୁ ବିରୋଧ କରିଥିଲେ । ରତ୍ନାକର ଗାଁ ଲୋକଙ୍କ କଥାକୁ ଅବମାନନା କରିବା ଫଳରେ ଗାଁ ଲୋକେ ବାଣିଗୋଛା ଥାନାରେ ଖବର ଦେଇଥିଲେ। ବାଣିଗୋଛା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବେଳେକୁ ସେହି ସ୍ଥାନ ଛାଡି ରତ୍ନାକର ମାଝୀ ଓ ତାଙ୍କ ସହଯୋଗୀ ଫେରାର ମାରିଥିଲେ ।
ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ଅନ୍ଧବିଶ୍ବାସକୁ ନେଇ ଏତେ କାଣ୍ଡ ହେଉଥିବାରୁ ବୁଦ୍ଧିଜୀବୀ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି । କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନନେଲେ ଏହାର ପରିଣାମ ଭୟଙ୍କର ହୋଇପାରେ ବୋଲି ଶିକ୍ଷାବିତ କହିଛନ୍ତି ।












Click it and Unblock the Notifications