୧୩ରେ ଆଉ ଏକ ଲଘୁଚାପ ,୨୪ ଘଣ୍ଟାରେ ଘନୀଭୂତ ହେବ

Weather Forecast: ୧୩ରେ ଆଉ ଏକ ଲଘୁଚାପ ,୨୪ ଘଣ୍ଟାରେ ଘନୀଭୂତ ହେବ । Odisha Weather Forecast for 10th august ,Odisha Likely To Face Heavy To Very Heavy Rainfall Due To Two Low Pressure

ଭୁବନେଶ୍ୱର: ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଦୁର୍ବଳ ହେଲା ବଙ୍ଗୋପସାଗରରେ ସକ୍ରିୟ ଅବପାତ । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣବଳୟ ସକ୍ରିୟ । ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ । ତେବେ ଅଗଷ୍ଟ ୧୩ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏବଂ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ଯାହା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

rain

ତେବେ ୧୨ ତାରିଖରେ ସାମାନ୍ୟ ବର୍ଷା କମିପାରେ ହେଲେ ପୁଣି ୧୩ରୁ ବର୍ଷାର ପରିମାଣ ବଢିବା ନେଇ ସୂଚନା ରହିଛି । ଅବପାତ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩.୪ ମିମି ବର୍ଷ ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୧୦.୧ ମିମି ତୁଳନାରେ ୨୩୦ ପ୍ରତିଶତ ଅଧିକ । ଅବପାତ ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଉପରେ ଦୁର୍ବଳ ହୋଇ ଗୋଟିଏ ସୁଦୃଶ-ଲଘୁଚାପ କ୍ଷେତ୍ର ଭାବେ ସକ୍ରିୟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+