ଏଥର ଗ୍ରୀଷ୍ମରେ ନାହିଁ ଗରମ, କଲବଲ କରିବନି ଖରା !
ଏଥର ଗ୍ରୀଷ୍ମରେ ହେବନି ଗରମ । ଉପାନ୍ତରୁ ଉପକୂଳ ସବୁଠି ରହିବ ସ୍ୱଭାବିକ ତାପମାତ୍ରା । ମାର୍ଚ୍ଚ ପରେ ତାତିବ କମ୍ ବର୍ଷିବ ବେଶୀ ।
ଭୁବନେଶ୍ୱର: ଏଥର ଗ୍ରୀଷ୍ମରେ ହେବନି ଗରମ । ଉପାନ୍ତରୁ ଉପକୂଳ ସବୁଠି ରହିବ ସ୍ୱଭାବିକ ତାପମାତ୍ରା । ମାର୍ଚ୍ଚ ପରେ ତାତିବ କମ୍ ବର୍ଷିବ ବେଶୀ । ଏଭଳି ଆଶ୍ୱସ୍ତିକର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏବେ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ରହିଥିବାରୁ ମାର୍ଚ୍ଚରୁ ମେ'ଓଡ଼ିଶା ତାପମାତ୍ରା ବିଶେଷ ବଢ଼ିବନି । ଏହି ୩ ମାସରେ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ରହିଛି ।

ତେବେ ମାର୍ଚ୍ଚ ଶେଷ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ସ୍ୱଭାବିକ କିମ୍ବା ତା'ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, ଅଗୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ଆଦି ଜିଲ୍ଲାରେ ଉଭୟ ଦିନ ଏବଂ ରାତିର ତାପମାତ୍ରା ସ୍ୱାଭାବିକ୍ ଠାରୁ କମ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭବିକ୍ ଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି ।
ମାର୍ଚ୍ଚ ମାସରେ ବର୍ଷା ସମ୍ଭାବନା ନଥିବାରୁ ଉପରମୁହାଁ ହେବ ପାରଦ । ଗତ ଦୁଇ ଦିନ ହେବ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ମାସ ଶେଷ ବେଳକୁ ୪୦ ଡିଗ୍ରୀ ଟପିପାରେ । ବିଶେଷ କରି ମାଲକାନଗିରି, ସୋନପୁର, ବୌଦ୍ଧ ଏବଂ କଳାହାଣ୍ଡିରେ ତାପମାତ୍ରା ଅଧିକ ରହିବା ନେଇ ଆଇଏମଡି ଆକଳନ କରିଛି । ସେପଟେ ଓଡ଼ିଶାକୁ ବାୟୁ ମଣ୍ଡଳର ତଳ ଭାଗରୁ ଗରମ ପବନ ପ୍ରବାହିତ ହେଉଥିବା ବେଳେ ଉପର ଭାଗ ୧୨ କିଲୋମିଟରରେ ଥଣ୍ଡା ପବନ ପ୍ରବାହିତ ହେଉଛି ।












Click it and Unblock the Notifications