ବଜ୍ରପାତରେ ୩ ମୃତ୍ୟୁ,୫ ଗୁରୁତର
ODISHA LIGHTNING DEATH :ବଜ୍ରପାତରେ ୩ ମୃତ୍ୟୁ,୫ ଗୁରୁତର
ବରଗଡ଼: ରାଜ୍ୟରେ ବଜ୍ରପାତରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର । ବରଗଡ଼ ଜିଲ୍ଲା ବରପାଲି ବ୍ଲକ ପାଟ କୁଳୁଣ୍ଡା ପଞ୍ଚାୟତ ବୋରିକେଲ ନୂଆଁଟିକ୍ରା ଠାରେ ଅପରାହ୍ନ ୩ଟାରେ ବଜ୍ରପାତରେ ୭ଜଣ ଆହତ ହୋଇଥିଲେ ଯେଉଁମାନଙ୍କୁ ତୁରନ୍ତ ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଯେଉଁଠି ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଡାକ୍ଟରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତକୁ ୨ ଜଣ ବ୍ୟକ୍ତି ହେଲେ ବୃହସ୍ଵତୀ ଦୀପ ଓ ଅଭଦୂତ ଦୀପ । ତେବେ ନୂଆଁଟିକ୍ରା ଛକ୍ ନିକଟରେ ବିଲରେ ଧାନ ରୋଉଥିବା ବେଳେ ୭ ଜଣ ଶ୍ରମିକଙ୍କ ଉପରେ ବଜ୍ରପାତ ହୋଇଥିଲା । ସେହିପରି ବଜ୍ରପାତରେ ୧ ଗାଈ ଓ ୧୧ଟି ଛେଳି ମୃତ ।

ଖବରପାଇ ବରପାଲି ଅତିରିକ୍ତ ତହସିଲଦାର ଅର୍ଜୁନ କୁମାର ମାଝୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଚିଥିଲେ । ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ମୃତ୍ୟୁଙ୍କ ପରିବାରଙ୍କୁ ଆଶ୍ୱାସନା ଦେବା ସହ ଡାକ୍ତର ତଥା ତହସିଲଦାରଙ୍କ ସହିତ ଆଲୋଚନା କରି ରେଡ଼କ୍ରସ ପାଣ୍ଠି ଓ ସରକାରୀ ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଯୁଯୁମୁରା ଥାନା ମହୁଲପାଲି ଗାଁର ଅଚ୍ୟୁତ ରହନା ନାମକ ବ୍ୟକ୍ତି ଗାଈ ଚରାଉଥିବା ବେଳେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି । ଯୁଯୁମୁରା ବ୍ଲକ ଛାମୁଣ୍ଡା ପଞ୍ଚାୟତ ବଡ଼ମାଲ ଅଞ୍ଚଳରେ ଶନିବାର ଅପରାହ୍ନ ପ୍ରାୟ ତିନିଟା ୪୫ରେ ବଜ୍ରାଘାତରେ ୮ ଛେଳି ମୃତ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications