ଓଡ଼ିଶା ପାଠାଗାର ଆନ୍ଦୋଳନର ସାରଥି ଦାଶିଆ ଅଜାଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ସେ ପାଠ ପଢିଥିଲେ ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ । ହେଲେ ତାଙ୍କ ଉତ୍ତର ପିଢୀକୁ ଦେଇ ଯାଇଛନ୍ତି ହଜାର ହଜାର ପୃଷ୍ଠାର ପୁସ୍ତକ, ତାଳପତ୍ର ପୋଥି ଓ ଅନେକ କିଛି । ସେ ସାଇତି ରଖିଦେଇ ଯାଇଛନ୍ତି ଓଡିଶାର ମହାନ ସଂସ୍କୃତିର ସ୍ମୃତିଚରଣ କରୁଥିବା ଅନେକ ଗ୍ରନ୍ଥ, ସାହିତ୍ଯ, କିମ୍ବଦନ୍ତୀକୁ ଆମ ପାଇଁ । ନୟାଗଡ ଜିଲ୍ଲାର ଅଖ୍ୟାତ ରାଇପୁର ଗ୍ରାମରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରନ୍ତି ଦାଶରଥି ପଟ୍ଟନାୟକ ।

Sarathi Dashia

ପାଠ ପଢା ପାଇଁ ବିଶେଷ ସୁଯୋଗ ପାଇ ନଥିବା ଦାଶରଥି ଆଗ୍ରହ କରନ୍ତି ପୁସ୍ତକ ଅଧ୍ୟୟନ ନିମନ୍ତେ । କ୍ରମଶଃ ଏହି ଆଗ୍ରହ ରୂପ ନିଏ ଏକ ବିରାଟ ଆନ୍ଦୋଳନର। ଏହି ଆନ୍ଦୋଳନ ହେଉଛି ଓଡିଶାର ପାଠାଗାର ଆନ୍ଦୋଳନ । ଦାଶରଥି ଘୁରି ବୁଲନ୍ତି ରାଜ୍ୟର ଏହି ଜିଲ୍ଲାରୁ ସେହି ଜିଲ୍ଲାକୁ। ସହରରୁ ଗ୍ରାମ ଓ ପୁରପଲ୍ଲୀକୁ । ସମସ୍ତ ଜୀବନକୁ ସମର୍ପିତ କରନ୍ତି ପୁସ୍ତକ ସଂଗ୍ରହରେ । ପରିଣତ ବୟସରେ ଦାଶରଥିଙ୍କ ରୂପାନ୍ତର ହୁଏ ଦଶିଆ ଅଜା ଭାବରେ।

ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକଙ୍କ ଜୟନ୍ତୀ ରାଜ୍ୟ ଗ୍ରାନ୍ଥାଗାର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଯୋଗଦେଇ ଦାଶିଆ ଅଜାଙ୍କ ନିଷ୍ଠା ଓ ସାଧନା ଉପରେ ଗୁରୁତ୍ୱାରୋପ କରିଥିଲେ ।

ନୟାଗଡ଼ ଜିଲ୍ଲାର ଏକ ପାହାଡ଼ିଆ ଗାଁ ଉଦୟପୁରରେ ନିଜ ପ୍ରଚେଷ୍ଟାରେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର ପ୍ରତିଷ୍ଠା କରିଥିଲେ । ପ୍ରାଚୀନ ପୁସ୍ତକ, ପତ୍ର ପତ୍ରିକା, ତାଳପତ୍ର ପୋଥି, ପୁରାତନ ସଂସ୍କୃତିର ସ୍ମରଣ ବହନ କରୁଥିବା ସାମଗ୍ରୀ ସଂଗ୍ରହ କରି ସେ ଓଡ଼ିଶାର ଗୌରବାବହ ଐତିହ୍ୟ ବାବଦରେ ଉତ୍ତରପିଢ଼ିଙ୍କୁ ସଚେତନ କରିବା ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ ବୋଲି ଶ୍ରୀ ରାଉତରାଏ ଉଲ୍ଲେଖ କରିଥିଲେ ।

ଏମିତି ଥିଲା ଜୀବନ

ଦାଶିଆ ଅଜା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରାଇପୁର ଗ୍ରାମରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ମଧ୍ୟ ବହି ପଢ଼ିବା ପ୍ରତି ତାଙ୍କର ଥିଲା ଅଶେଷ ଦୁର୍ବଳତା । ଏହି ନିଶା ଯୋଗୁଁ ସେ ଓଡ଼ିଶା ଯାତ୍ରା ଆରମ୍ଭ କରିଥିଲେ । ରାଜ୍ୟର ଗାଁଗଣ୍ଡା, ସହରବଜାର ବୁଲି ବୁଲି ଅନେକ ଅମୂଲ୍ୟ ଗ୍ରନ୍ଥ ସଂଗ୍ରହ କରିବା ସହ ପାଲ ଟି ଯାଇଥିଲେ ଜ୍ଞାନ ପିପାସୁ । ତାଙ୍କ ସ୍ମୃତିକୁ ମନେ ପକାଇ ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାର ପକ୍ଷରୁ ଦାଶିଆ ଅଜାଙ୍କ ୧୧୬ତମ ଜୟନ୍ତୀ ପାଳନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+