ବିଧାନ ପରିଷଦ ଗଠନ ନେଇ ବଢିଲା ବିବାଦ: ଉତ୍ତର ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଓଡିଶାରେ ବିଧାନ ପରିଷଦ ଗଠନକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଉତର ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ୧୮ ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଯାଇଛି ।

ଭୁବନେଶ୍ୱର: ଓଡିଶାରେ ବିଧାନ ପରିଷଦ ଗଠନକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଉତର ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ୧୮ ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଯାଇଛି । ସେକ୍ରେଟାରୀ ରାଜ୍ୟସଭା ଓ ସେକ୍ରେଟାରୀ ଲୋକସଭାକୁ ପ୍ରସ୍ତାବ ପଠାଯାଇଥିଲା ।

Odisha Assembly

ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ୨୦୧୫ରୁ ଉଦ୍ୟମ ହୋଇଆସୁଛି । ଏଥିପାଇଁ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ୨୦୧୫ ଜାନୁଆରୀ ୧୯ରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା ।

୨୦୧୫ ଫେବ୍ରୁଆରୀ ୨ରେ କର୍ଣ୍ଣାଟକ, ମେ' ୨୦ରେ ମହାରାଷ୍ଟ୍ର, ୨୦୧୮ ଜୁଲାଇ ୪ରେ ବିହାର, ଜୁଲାଇ ୧୬ରେ ତେଲେଙ୍ଗାନା ଗସ୍ତ କରିଥିଲା ଏହି କମିଟି । ବିଭିନ୍ନ ରାଜ୍ୟ ଗସ୍ତ କରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲା କମିଟି । ୨୦୧୮ ଅଗଷ୍ଟ ୨୯ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନ ପରିଷଦ ଗଠନ ନେଇ ନୋଟିସ୍ କରିଥିଲେ । ସେପ୍ଟେମ୍ବର ୫ରେ ସବୁ ବିଧାୟକଙ୍କୁ ନୋଟିସ୍ ଦିଆଯାଇ ୬ରେ ବିଧାନସଭାରେ ସରକାରୀ ଦଳ ଏନେଇ ପ୍ରସ୍ତାବ ଆଣିଥିଲେ । ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ବିଧାନସଭାରେ ଅନୁମୋଦନ ଲାଭ କରିଥିଲା ।

୨୦୧୮ ସେପ୍ଟେମ୍ବର ୧୮ରେ ଲୋକସଭା ଓ ରାଜ୍ୟସଭା ସଚିବ, ଆଇନ ମନ୍ତ୍ରାଳୟ ସଚିବ, କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବଙ୍କୁ ସଂକଳ୍ପ ପଠାଯାଇଥିଲା । ତେବେ ଏବେ କେନ୍ଦ୍ରର ଏଭଳି କହିବା ଦୁଃଖ ଲାଗୁଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+