ପୁଞ୍ଜିନିବେଶରେ ଆଗରେ ଓଡ଼ିଶା, ମେକ୍ ଇନ୍ ଓଡ଼଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ପ୍ରସ୍ତାବ ଆସିଛି: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର: ପୁଞ୍ଜିନିବେଶରେ ଆଗରେ ଓଡ଼ିଶା । ଜାତୀୟ ହାର ୨୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୪୫-୪୭ପ୍ରତିଶତ ପୁଞ୍ଜିନିବେଶ ରହିଛି ବୋଲି ଗୃହରେ ବୟାନ ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଏହାସହ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ନୂଆ ଶିଳ୍ପନୀତି ୨୦୨୨ ଡିସେମ୍ବର ମାସରୁ ଲାଗୁ ହେଲାଣି । ମେକ୍ ଇନ ଓଡ଼ିଶା ୨୦୨୨ ମାଧ୍ୟମରେ ରାଜ୍ୟକୁ ୭୪୧ ଶିଳ୍ପ ପାଇଁ ପ୍ରସ୍ତାବ ଆସିଛି । ଏହି ସମସ୍ତ ପ୍ରସ୍ତାବ କାର୍ଯ୍ୟକ୍ଷମ ହେଲେ ପୁଞ୍ଜି ନିବେଶ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।
ସେହିପରି ରାଜ୍ୟରେ ୧୦ ଲକ୍ଷ ୩୭ ହଜାର ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି କହିଛନ୍ତି ମନ୍ତ୍ରୀ । ବର୍ତ୍ତମାନ ପର୍ଯ୍ୟନ୍ତ ୧୫୬ ବୃହତ୍ତ ଶିଳ୍ପ ଆଂଶିକ ଏବଂ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୭ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିନ ଆଲୁମିନିୟମ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି ।
ଅନ୍ୟପକ୍ଷରେ କ୍ୟାପିଟାଲ ଇଣ୍ତଷ୍ଟ୍ରିରେ ନିଯୁକ୍ତି କମିବାର କାରଣ ହେଉଛି ଟେକନୋଲୋଜି । କାରଣ ବଡ଼ ବଡ଼ ସଂସ୍ଥା ମାନବ ସମ୍ବଳ ଅପେକ୍ଷା ଟେକନୋଲୋଜିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କାରଣ ସେମାନେ କୋଟି କୋଟି ଟଙ୍କା ଇନଭେଷ୍ଚ କରୁଛନ୍ତି । ଏପରି ସ୍ଥିତିରେ ଡାଉନଷ୍ଟ୍ରିମ ଇଣ୍ତଷ୍ଟିର ଆବଶ୍ୟକତା ରହିଛି । ଯେଉଁଥି ପାଇଁ ୩୬ଟି ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇସାରିଛି । ଯେଉଁଥିରେ ଟାଟାର ଅଧିକାଶଂ କମ୍ପାନୀ ରହିଛି । କଳିଙ୍ଗନଗରରେ ଏଥିପାଇଁ ଜାଗା ମଧ୍ୟ ଦିଆ ଯାଇସରିଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ।












Click it and Unblock the Notifications