ହଜି ଯାଇଛି ଶ୍ରୀମନ୍ଦିର ପ୍ରଶାସନ ଫାଇଲ: ଦୁଇଟି ଫାଇଲ ପାଉ ନାହିଁ ଆଇନ ବିଭାଗ
ପୁରୀ: ହଜି ଯାଇଛି ଶ୍ରୀମନ୍ଦିର ପ୍ରଶାସନ ଫାଇଲ । ଦୁଇଟି ଫାଇଲ ପାଉ ନାହିଁ ଆଇନ ବିଭାଗ । ଏହାପରେ ହଜି ଯାଇଥିବା ଫାଇଲ ଖୋଜିବାକୁ ବିଭାଗ ପକ୍ଷରୁ ଚିଠି କରାଯାଇଛି ।
ହଜି ଯାଇଥିବା ଫାଇଲକୁ ଖୋଜି ବାହାର କରିବାକୁ ବିଭାଗର ସମସ୍ତ ସେକ୍ସନକୁ କୁହାଯାଇଛି । ଅଗ୍ରାଧିକାର ଭିତିରେ ଫାଇଲକୁ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଓଡିଶା ହାଇକୋର୍ଟରେ ଶ୍ରୀମନ୍ଦିର ମାମଲାରେ ଶୁଣାଣୀ ହେବାକୁ ଅଛି । ତା ପୂର୍ବରୁ ଏଭଳି ଫାଇଲ ହଜିବା ନୂଆ ସମସ୍ୟା ସୃଷ୍ଟି କରିଛି । ଯଦି ଫାଇଲ ନମିଳେ, ତେବେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇ ପାରୁ ନାହିଁ । ତେଣୁ ଆଇନ୍ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ଆଜି (୨୦୨୩ ଏପ୍ରିଲ ୧୮) ସବୁ ବିଭାଗକୁ ଚିଠି କରାଯାଇଛି ।
ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ଆଇନ ବିଭାଗ ଅବହେଳା ଯୋଗୁଁ ଏଭଳି ହୋଇଥିବା ସେ ଅଭିଯୋଗ କରିଛନ୍ତି ।












Click it and Unblock the Notifications