Get Updates
Get notified of breaking news, exclusive insights, and must-see stories!

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ‘ଲକ୍ଷ୍ମୀ’ ଯୋଜନା, ଦୁର୍ଗମ ଅଞ୍ଚଳକୁ ଗଡିବ ବସ୍

ଭୁବନେଶ୍ୱର: ରାଜ୍ୟରେ ପରିହବନ ଭିତ୍ତିଭୂମି ସୁଦୃଢ଼ କରିବା ସହ ସମସ୍ତଙ୍କୁ ଯେପରି ଗୁଣାତ୍ମକ ପରିବହନ ସେବା ମିଳିବ ସେଥିପାଇଁ ପରିବହନ ବିଭାଗ ଲୋକେସନ ଆସେସିବଲ୍ ମଲ୍ଟିମୋଡାଲ୍ ଇନିସିଏଟିଭ୍ ବା 'ଲକ୍ଷ୍ମୀ' ଯୋଜନା ଆରମ୍ଭ କରିବାକୁ ଯାଉଛି । ଏହା ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ । ଏହି ଯୋଜନାରେ ସବୁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ବସ୍‌ ପରିବହନ ସେବା ଆରମ୍ଭ ହେବ ।

ଅନ୍ତଃ ବ୍ଲକ ଏବଂ ଅନ୍ତଃ ଜିଲ୍ଲା, ଅନ୍ତଃ ସହର ବସ୍‌ ସେବାକୁ ଗୁରୁତ୍ବ ଦିଆଯିବ । ଅକ୍ଟୋବର ୨ରୁ ପ୍ରତି ଗ୍ରାମ ପଞ୍ଚାୟତକୁ ବସ୍‌ ସେବା ପର୍ଯ୍ୟାୟ ଭିତ୍ତିରେ ଆରମ୍ଭ ହେବ। ଜାନୁଆରି, ୨୦୨୪ ସୁଦ୍ଧା ଏହି ବସ୍‌ ସେବା ସାରା ରାଜ୍ୟରେ କାର୍ଯ୍ୟକ୍ଷମ ହେବ । ଏଥିରେ ସରକାରୀ ବସ୍‌‌ ସମେତ ଘରୋଇ ବସ‌କୁ ସାମିଲ କରାଯିବ । ଏଥିପାଇଁ ଓଏସ୍‌ଆର୍‌ଟିସି ବସ୍‌ ‌କିଣିବା ସହ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁାହାଯାଇଛି । ଆବଶ୍ୟକସ୍ଥଳେ ପିପିପି ମୋଡ୍‌ରେ ଏହି ବସ୍‌ ସେବା ଯୋଗାଯିବ । ଏନେଇ ଡିପିଆର୍‌ ପ୍ରସ୍ତୁତ କରିବାକୁ ଓଏସ୍‌ଆର୍‌ଟିସିକୁ କୁହାଯାଇଛି ।

Lakshmi Yojana

ବସ୍‌‌ ଚଳାଇବା ପୂର୍ବରୁ ଆବଶ୍ୟକତା ଅନୁସାରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହାୟତାରେ ସଡ଼କ ଓ ସେତୁ ନିର୍ମାଣ କରାଯିବ । ସରକାରୀ ଘରୋଇ ଭାଗିଦାରୀ-ପିପିପିରେ ଘରୋଇ ବସ୍‌‌କୁ ନିୟୋଜିତ କରାଯିବ । ଏହା ଦ୍ବାରା ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଆସିବା ପାଇଁ ବସ୍‌‌ ସେବା ପାଇବେ ।

ଅନ୍ୟପଟେ ସଡ଼କ ଦୁର୍ଘଟଣାରେ ଗୁରୁତର ହେଉଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର 'ହେଲିକପ୍ଟର ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା' ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ଏଥିରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ହେଲିକପ୍ଟରରେ ଦୁର୍ଘଟଣା ସ୍ଥଳରୁ ହସ୍ପିଟାଲକୁ ଅଣାଯିବ । କେଉଁ ଗୁରୁତର ଆହତଙ୍କୁ ହେଲିକପ୍ଟରରେ କେଉଁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ସେନେଇ କ୍ଷେତ୍ରସ୍ତରୀୟ ଟିମ୍ (ପୋଲିସ ଓ ସ୍ଥାନୀୟ ମେଡିକାଲ କର୍ତ୍ତୃପକ୍ଷ) ନିଷ୍ପତ୍ତି ନେବେ । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରେ ହେଲିକପ୍ଟର ମୁତୟନ କରିବେ । ଦୁର୍ଘଟଣାରେ ଗୁରୁତରଙ୍କୁ ଆବଶ୍ୟକସ୍ଥଳେ ନିକଟସ୍ଥ ହସ୍ପିଟାଲରେ ଆଶୁ ଚିକିତ୍ସା ଦିଆଯିବା ସହ ତୁରନ୍ତ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+