ବାଜ୍ୟାପ୍ତ ହେବ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି
ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବାଜ୍ୟାପ୍ତ ହେବ ସମ୍ପତି । ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରର ସମ୍ପତି ବାଜ୍ୟାପ୍ତି ନେଇ ପ୍ରକ୍ରୀୟା ଆରମ୍ଭ ହୋଇଛି ।
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବାଜ୍ୟାପ୍ତ ହେବ ସମ୍ପତି । ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରର ସମ୍ପତି ବାଜ୍ୟାପ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଜେଲ ଯାଇ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରକୁ ନୋଟିସ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଏତେ କମ୍ ଦିନରେ କୋଟି କୋଟି ଟଙ୍କା ମାଲିକାଣୀ କିପରି ଅର୍ଚ୍ଚନା ହେଲେ ସେନେଇ ଇଡି ପ୍ରଶ୍ନ କରିବା ସହ ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି କାହିଁକି ହେବନାହିଁ ବୋଲି ପ୍ରଶ୍ନ କରିଛି । ଏନେଇ ୩ ଜଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଛି ।
ପୂର୍ବରୁ ବାରମ୍ବାର ଏହି ଘଟଣାରେ ସେମାନଙ୍କୁ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ । ଅନେକଥର ଘଟଣାରେ ସମ୍ପୃକ୍ତି ଥିବା ଶ୍ରଦ୍ଧାଞ୍ଜଳି ଓ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସମେତ କିଛି ଲୋକଙ୍କୁ ମଧ୍ୟ ଇଡି ଜେରା କରିଥିଲା । ନାଗ ଫାଶ ଖୋଲିବାକୁ ଅର୍ଚ୍ଚନା ଓ ଜଗବନ୍ଦୁଙ୍କୁ ଇଡି ରିମାଣ୍ଡରେ ଆଣି ପଚରାଉଚରା କରିଥିଲା । ସମସ୍ତ ପଚରାଉଚରା ପରେ ଇଡି ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି କାହିଁକି ହେବନାହିଁ ବୋଲି ପ୍ରଶ୍ନ କରିଛି ।












Click it and Unblock the Notifications