ରାଜ୍ୟରେ କରୋନା ଟିକା ଅଭାବ, ଏହି ସବୁ ଜିଲ୍ଲାରେ ବନ୍ଦ ରହିଲା ଟିକାକରଣ

ରାଜ୍ୟରେ ପୁଣି ଦେଖା ଦେଇଛି କରୋନା ଟିକାର ଅଭାବ । ଟିକା ଅଭାବ କାରଣରୁ ବିଭିନ୍ନ ଜିଲ୍ଲାରେ ବନ୍ଦ ହେଉଛି ଟିକାକରଣ । ଆଜି ୫ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ ।

ଭୁବନେଶ୍ୱର: ରାଜ୍ୟରେ ପୁଣି ଦେଖା ଦେଇଛି କରୋନା ଟିକାର ଅଭାବ । ଟିକା ଅଭାବ କାରଣରୁ ବିଭିନ୍ନ ଜିଲ୍ଲାରେ ବନ୍ଦ ହେଉଛି ଟିକାକରଣ । ଆଜି ୫ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ ।

Corona Vaccine

ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସମ୍ବଲପୁର ଓ ସୋନପୁର ଜିଲ୍ଲରେ ଟିକାକରଣ ବନ୍ଦ ରହିବ । ଗତକାଲି ରାଜ୍ୟରେ ଟିକାର ଅଭାବ ଯୋଗୁ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା ।

୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯାଉଥିବା କୋଭିସିଲ୍ଡ ଟିକାର ଅଭାବ ଦେଖା ଦେଇଛି । ଏପରିକି ଟିକା ଅଭାବରୁ କୋଭିସିଲ୍ଡର ଦ୍ବିତୀୟ ଡୋଜ୍ ଦିଆଯାଇ ପାରିବ ନାହିଁ । ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ୬.୩ ଲକ୍ଷ ଡୋଜ୍ ଆବଶ୍ୟକ ଅଟେ । ତେବେ ରାଜ୍ୟରେ ଏବେ ୧ ଲକ୍ଷ ୬ ହଜାର ୬୬୦ କୋଭିସିଲ୍ଡ ଟିକା ଅଛି । ଯଦି ରବିବାର ମଧ୍ୟରେ ଅଧିକ କୋଭିସିଲ୍ଡ ଟିକା ନ ଆସେ, ତେବେ ସୋମବାରରୁ ସମସ୍ତ ଜିଲ୍ଲାରେ ଟିକାକରଣ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+