ଭଉଣୀ ହତ୍ୟାର ପ୍ରତିଶୋଧ ନେବାକୁ ଅନୁପ ସାଏଙ୍କୁ ହତ୍ୟା ଯୋଜନା କରୁଥିଲେ କୋଲାବିରା କନେଷ୍ଟବଳ !
ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହୋଇଥିଲା ହତ୍ୟା ଯୋଜନା । ଜଣେ କନେଷ୍ଟବଳ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ସାମ୍ନାକୁ ଆସିଛି ।

ଝାରସୁଗୁଡା: ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହୋଇଥିଲା ହତ୍ୟା ଯୋଜନା । ଜଣେ କନେଷ୍ଟବଳ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ସାମ୍ନାକୁ ଆସିଛି । ଏହି ଘଟଣା ପରେ କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସରୋଜ ଦାସ ହେଉଛନ୍ତି ମୃତ କଳ୍ପନାଙ୍କ ସମ୍ପର୍କୀୟ ଭାଇ ।
୨୦୧୬ ମସିହାରେ ଘଟିଥିବା କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ମର୍ଡର କେସ୍ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଅନୁପ ସାଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ଦୀର୍ଘ ବର୍ଷ ଜେଲ୍ରେ ରହି ସେ ଜାମିନରେ ମୁକୁଳିଛନ୍ତି ।
ତେବେ କନେଷ୍ଟବଳ ସରୋଜ ଦାସ କଳ୍ପନାଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ଭଉଣୀର ହତ୍ୟାର ପ୍ରତିଶୋଧ ନେବାକୁ ସେ ଅନୁପ ସାଏଙ୍କୁ ହତ୍ୟା କରିବାକୁ କହୁଥିବା ଜଣାଯାଇଛି। ଛତିଶଗଡ଼ ଚକ୍ରଧରନଗର ପୁଲିସ ଯେତେବେଳେ କଳ୍ପନାଙ୍କ ମର ଶରୀରର ଫଟୋ ଜାରି କରିଥିଲେ ସେତେବେଳେ ସରୋଜ ହିଁ ଭଉଣୀ ଫଟୋକୁ ଚିହ୍ନଟ କରିଥିଲେ।
ମିଳିଥିବା ସୂଚନାନୁସାରେ, ରବିବାର ସନ୍ଧ୍ୟାରେ ଥାନାରେ କାର୍ଯ୍ୟରତ ଥିବା ବେଳେ ସରୋଜ ଦାସ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏପରିକି ଅନୁପ ସାଏଙ୍କୁ ମାରିଦେବେ ବୋଲି ସେ ନିଜ ସାଥୀ କର୍ମଚାରୀଙ୍କୁ କହିଥିବା ଜଣାପଡିଛି । ତେବେ ସରୋଜ ଦାସ ନିଶାସକ୍ତ ଅବସ୍ଥାରେ ଏପରି କହିଥିଲେ ନା ଏହା ପଛରେ କିଛି ଷଡଯନ୍ତ୍ର ରହିଛି ସେ ନେଇ ପୋଲିସ ଛାନ୍ଭିନ୍ କରୁଥିବା ସୂଚନା ରହିଛି।
ଗୋପାଳ ଦାସଙ୍କ ପରେ ଏବେ ସରୋଜ ଦାସ ଝାରସୁଗୁଡ଼ା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛନ୍ତି। ଫଳରେ ଯେଉଁ ବନ୍ଧୁକଧାରୀ ପୋଲିସ୍ ନିଶାସକ୍ତ ଅବସ୍ଥାରେ ରହୁଥିବେ, ସେମାନଙ୍କ ନିକଟରୁ ବନ୍ଧୁକ ପ୍ରତ୍ୟାହାର କରି ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯିବ ବୋଲି ଝାରସୁଗୁଡ଼ା ପୋଲିସ୍ ଏକ ଅଭିଯାନ ଆରମ୍ଭ କରିଛି ।












Click it and Unblock the Notifications