ମଶାରୀ ଭିତରେ ନାଗ ଲୁଚିଥିଲା ନାଗ ସାପ...
ପୁରୀ: ଶୋଇବା ଖଟରେ ଲାଗିଥିବା ମଶାରୀ ଭିତରେ ପଶିଥିଲା ଏକ ନାଗ ସାପ । ଶୋଇବା ଘରେ ମଶାରୀ ଭିତରୁ ଉଦ୍ଧାର ହୋଇଛି ୪ଫୁଟର ନାଗ ସାପ । ପୁରୀ ପିପିଲି ଖଣ୍ଡି ମଙ୍ଗଳପୁର ଗାଁର ଜଣକ ଘରେ ଏଭିଳି ଘଟଣା ଘଟିଛି ।
ତେବେ ସାପର ଉପସ୍ଥିତି ଜାଣି ସ୍ନେକ ହେଲ୍ପଲାଇନ ସହାୟତାରେ ଏହି ନାଗ ସାପଟିକୁ ଉଦ୍ଧାର କରାଯାଇଛି । ଫଳରେ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି ।

ମିଳିଥିବା ସୂଚନାନୁସାରେ ସ୍ଥାନୀୟ ଖଣ୍ଡି-ଡେଲାଙ୍ଗ ଗ୍ରାମର ଯଦୁମଣି ମହାନ୍ତି ଗତକାଲି ରାତି ପ୍ରାୟ ସାଢେ ୧୧ ଟା ବେଳେ ତଳେ ବସି ଖାଉଥିବା ବେଳେ, ଖଟ ଉପରେ ଅଧା ଟଙ୍ଗା ହୋଇଥିବା ମଶାରୀ ଭିତରେ କିଛି ଗୋଟେ ଖସ ଖସ ହେବା ଶବ୍ଦ ଶୁଣିବାକୁ ପାଇଲେ ।
ପରେ ଶୋଇବା ଘର ମଶାରୀକୁ ଦେଖିବାରୁ ମଶାରୀ ଭିତରେ ଏକ ବଡ ନାଗ ସାପ ପଶି ରହିଥିବା ଦେଖିବାକୁ ପାଇଥିଲେ । ତେବେ ସାପଟି ମଶାରୀ ଭିତରୁ ବାହାରିବା ପାଇଁ ଚେଷ୍ଟା କରୁଥିଲେ ସତ୍ୱେ ବାହାରି ପାରୁ ନଥାଏ ।
ତେବେ ପରିବାର ଲୋକେ ସ୍ନେକ ହେଲ୍ପଲାଇନକୁ ଜଣାଇ ଥିଲେ । କିଛି ସମୟରେ ସ୍ନେକ ହେଲପଲାଇନ ସଦସ୍ୟ ପହଞ୍ଚି ସାପଟିକୁ ମଶାରୀ ଭିତରୁ ଉଦ୍ଧାର କରିଥିଲେ । ନାଗ ସାପଟିକୁ ନେଇ ଗାଁ ବାହାରେ ଥିବା ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଥିଲା ।












Click it and Unblock the Notifications