Get Updates
Get notified of breaking news, exclusive insights, and must-see stories!

ଫେବୃଆରୀ 24ରୁ କଳିଙ୍ଗ ଲିଟରାରି ଫେଷ୍ଟିଭାଲ

ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ଭୁବନେଶ୍ୱର ସ୍ଥିତ ଶ୍ୱସ୍ତି ପ୍ରିମିୟମ ଠାରେ ଆୟୋଜିତ ହେବାକୁ ଯାଉଛି ଏହି ସାହିତ୍ୟ ମହୋତ୍ସବ । ତେବେ ଚଳିତ ବର୍ଷ ଫେବୃଆରୀ 24 ରୁ 26 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ ଏହି କାର୍ଯକ୍ରମ ।

Kalinga Literary Festival

ଭୁବନେଶ୍ୱର: ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଖୁସି ପାଳନ କରିବା ନିମନ୍ତେ ଆୟୋଜିତ ହୁଏ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ । ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ଭୁବନେଶ୍ୱର ସ୍ଥିତ ଶ୍ୱସ୍ତି ପ୍ରିମିୟମ ଠାରେ ଆୟୋଜିତ ହେବାକୁ ଯାଉଛି ଏହି ସାହିତ୍ୟ ମହୋତ୍ସବ ।

ତେବେ ଚଳିତ ବର୍ଷ ଫେବୃଆରୀ 24 ରୁ 26 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ ଏହି କାର୍ଯକ୍ରମ । ସାହିତ୍ୟିକ ଆତ୍ମାର ଭାରତର ସର୍ବ ବୃହତ ଏହି ଉତ୍ସବ ଚଲିତ ବର୍ଷ 9ମ ସଂସ୍କରଣ ହେବ । 2013 ମହିସାହରୁ ଏହାର ପରିକଳ୍ପନା ହୋଇଥିଲା । ପ୍ରଥମ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ 2014 ଭାଷା ଓ ସାହିତ୍ୟର ଉତ୍ସବ ଭାବେ ପାଳନ କରାଯାଇଥିଲା ।

ଏଥିରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟ ତଥା ଭାଷାକୁ ଭଲ ପାଉଥିବା ଲୋକେ ଯୋଗ ଦିଅନ୍ତି । ସାହିତ୍ୟକୁ ନେଇ ଏଥିରେ ବିଭିନ୍ନ ଦିଗରେ ଚର୍ଚ୍ଚା ହୋଇଥାଏ । ମଞ୍ଚରେ ଇଂରାଜୀ, ଭାରତୀୟ ଇଂରାଜୀ ଓ ଭାରତୀୟ ସାହିତ୍ୟମାନଙ୍କ ବାବଦରେ ଆଲୋଚନା ହୋଇଥାଏ । ଏହି ଉତ୍ସବରେ ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, କାନୁନ ସ୍ରଷ୍ଟା, ସରକାରୀ ଅଫିସର, କର୍ପୋରେଟ ନେତା, ଛାତ୍ର ଓ ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ସହିତ ଉତ୍ସବର ଏକ ଉଦ୍ଦାମ ପରିବେଶରେ ମତ ବିନିମୟର ସୁଯୋଗ ସୃଷ୍ଟି ହୁଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+