ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ; ଜାଣନ୍ତୁ, କେଉଁ ମାନେ କରିବେ ଏଣ୍ଟ୍ରି ?
ଆସନ୍ତା ଏପ୍ରିଲ ୧୮ ତାରିଖରୁ ସାମ୍ବାଦିକ ଓ ସାଧାରଣ ଲୋକମାନେ ଲୋକସେବା ଭବନ ଯାଇପାରିବେ । କେବଳ ପାସ୍ ଥିବା ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବ ।
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୮ ତାରିଖରୁ ସାମ୍ବାଦିକ ଓ ସାଧାରଣ ଲୋକମାନେ ଲୋକସେବା ଭବନ ଯାଇପାରିବେ । କେବଳ ପାସ୍ ଥିବା ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବ । ଲୋକସେବା ଭବନ ବ୍ୟତୀତ ରାଜୀବ ଭବନ ଓ ଖାରବେଳ ଭବନ ମଧ୍ୟ ଯାଇପାରିବେ ସାମ୍ବାଦିକ ଓ ସାଧାରଣ ଲୋକ ।

ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଏଥର ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ । କୋଭିଡ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।
ଏକ ବିଜ୍ଞପ୍ତି ଜାରି କରି ସରକାର କହିଛନ୍ତି ଯେ, ଏଣିକି ସାଧାରଣ ଲୋକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ରହିଛି । ଆସନ୍ତା ୧୮ରୁ ଏହି ନିୟମ ଲାଗୁ କରାଯିବ । ସାଧାରଣ ଲୋକ ଅନଲାଇନ୍ ମାଧ୍ୟମରେ ପାସ୍ ପାଇଁ ଆବେଦନ କରିପାରିବେ । ପାସ୍ ମିଳିବା ପରେ ସେମାନେ ଲୋକସେବା ଭବନରେ ଏଣ୍ଟ୍ରି କରିପାରିବେ । କେବଳ ଲୋକସେବା ଭବନ ନୁହେଁ, ଖାରବେଳ ଭବନ ଓ ରାଜୀବ ଭବନରେ ମଧ୍ୟ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ରହିବ ।
ସାଧାରଣ ଲୋକେ ଅନ୍ଲାଇନ୍ ମାଧ୍ୟମରେ ଏହି ୱେବ୍ସାଇଟ୍ ଜରିଆରେ http://epravesh.odisha.gov.in/ ଲୋକସେବା ଭବନରେ ପ୍ରବାଶ ପାଇଁ ଅନୁମତି ପାଇପାରିବେ ।












Click it and Unblock the Notifications