ଆଜିଠୁ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନରେ ଏଣ୍ଟ୍ରି
ଆଜିଠୁ ଖୋଲିଲା ଲୋକସେବା ଭବନ । ଦୁଇ ବର୍ଷ ପରେ ସାଧାରଣ ଲୋକ ଓ ସ୍ୱୀକୃତି ପ୍ରାପ୍ତ ସମ୍ବାଦିକ ମାନଙ୍କ ପାଇଁ ଖୋଲିଛି ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱର: ଆଜିଠୁ ଖୋଲିଲା ଲୋକସେବା ଭବନ । ଦୁଇ ବର୍ଷ ପରେ ସାଧାରଣ ଲୋକ ଓ ସ୍ୱୀକୃତି ପ୍ରାପ୍ତ ସମ୍ବାଦିକ ମାନଙ୍କ ପାଇଁ ଖୋଲିଛି ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନ , ଖାରବେଳ ଭବନ ଓ ରାଜୀବ ଭବନ ଅଭ୍ୟର୍ଥନା ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇଛି । ସାଧାରଣ ଲୋକେ ନିଜର କାମ ପାଇଁ ଲୋକସେବା ଭବନ ଯାଇପାରିବେ ।

କୋଭିଡ ପାଇଁ ଦୁଇ ବର୍ଷ ହେବ ବନ୍ଦ ରହିଥିଲା ଲୋକସେବା ଭବନ । ଆଜି ରିସେପ୍ସନ କାଉଣ୍ଟରରେ ଭିଡ଼ ଦେଖିବାକୁ ମିଳିଥିଲା । ପାସ ନେବା ଲାଗି ଅନୁମତି ପତ୍ର ନେବାକୁ ଲମ୍ବା ଲାଇନ ଲାଗାଇଛନ୍ତି ଲୋକ । ହେଲେ ପାସ ଇସୁ କରିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି ।
ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିଛନ୍ତି । କୋଭିଡ୍ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ତେବେ ସବୁଠି କୋଭିଡ୍ କଟକଣା ଉଠିଯାଇଥିଲେ ମଧ୍ୟ ଲୋକସେବା ଭବନରେ ସାମ୍ବାଦିକଙ୍କ ପାଇଁ କଟକଣା ଜାରି ରହିଥିଲା । ଏବେ ସରକାର ଏହି କଟକଣା ଉଠାଇ ନେଇଛନ୍ତି ।
ସାଧାରଣ ଲୋକେ ଅନ୍ଲାଇନ୍ ମାଧ୍ୟମରେ ଏହି ୱେବ୍ସାଇଟ୍ ଜରିଆରେ http://epravesh.odisha.gov.in/ ଲୋକସେବା ଭବନରେ ପ୍ରବେଶ ପାଇଁ ଅନୁମତି ପାଇପାରିବେ ।












Click it and Unblock the Notifications