Get Updates
Get notified of breaking news, exclusive insights, and must-see stories!

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ନୀଳଗିରି ପୋଲିସ୍

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ନୀଳଗିରି ପୋଲିସ୍ । ଜଣେ ହୋମଗାର୍ଡଙ୍କୁ ମାଡ ମାରିବା ଅଭିଯୋଗରେ ଗତକାଲି ସାମ୍ବାଦିକଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ବାଲେଶ୍ୱର ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି ।

ବାଲେଶ୍ୱର: ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ନୀଳଗିରି ପୋଲିସ୍ । ଜଣେ ହୋମଗାର୍ଡଙ୍କୁ ମାଡ ମାରିବା ଅଭିଯୋଗରେ ଗତକାଲି ସାମ୍ବାଦିକଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ବାଲେଶ୍ୱର ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି ।

Odisha Journalist

ତେବେ ଗିରଫ ସାମ୍ବାଦିକଙ୍କ ନାଁ ଲୋକନାଥ ଦଳେଇ। ସେ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମର ବାଲେଶ୍ୱର ନୀଳଗିରିର ପ୍ରତିନିଧି ଥିଲେ ।
ଗତକାଲି ତାଙ୍କୁ ନୀଳଗିରି ପୋଲିସ୍ ଗିରଫ କରିଥିଲା। ଅସୁସ୍ଥ ଅନୁଭବ କରିବାକୁ ପୋଲିସ୍ ତାଙ୍କୁ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ଆଜି ସକାଳେ ତାଙ୍କୁ ଜଗିଥିବା ପୋଲିସ୍ କର୍ମଚାରୀମାନେ ତାଙ୍କ ଗୋଡ଼ରେ ବେଡ଼ି ପକାଇଥିବା କିଛି ଫଟୋ ଭାଇରାଲ ହେଉଛି ।

ତେବେ ଏହାକୁ ନେଇ ସାମ୍ବାଦିକ ମହଲଠୁ ଆରମ୍ଭ କରି ଅନେକ ସ୍ଥାନରେ ତୀବ୍ର ପ୍ରତିକ୍ରିୟ ପ୍ରକାଶ ପାଇଛି । ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।ସାମ୍ବାଦିକଙ୍କୁ କାହିଁକି ପକାଗଲା ହ୍ୟାଣ୍ଡକପ୍, ତା'ର ଅନୁଧ୍ୟାନ କରାଯିବ ବୋଲି ଡିଜିପି କହିଛନ୍ତି ।

Odisha Journalist

ଅନ୍ୟପଟେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ପାଇଁ ନୀଳଗିରି ଆଇଆଇସି ମ୍ୟାଡାମ୍‌ଙ୍କ ନିର୍ଦ୍ଦେଶ ଥିବା କହିଥିଲେ ଉକ୍ତ ପୋଲିସ କର୍ମଚାରୀ । ମାତ୍ର ଯାାହାକୁ ଖଣ୍ଡନ କରିଛନ୍ତି ନୀଳଗିରି ଆଇଆଇସି । ସେ କହିଛନ୍ତି ତାଙ୍କ ତରଫରୁ ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନଥିଲା । ତେବେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡିଏସ୍‌ପି ଘଟଣାର ଯାଞ୍ଚ କରିବା ସହିତ ଉକ୍ତ ସାମ୍ବାଦିକଙ୍କ ଗୋଡ଼ରୁ ବେଡ଼ି ଖୋଲି ଦେଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି ନୀଳଗିରି ଏସ୍‌ଡିପିଓ କହିଛନ୍ତି।

ଘଟଣ କ୍ରମ କଣ ଥିଲା ?

ନୀଳଗିରି ବଜାରରେ ସାମ୍ବାଦିକ ଲୋକନାଥ ଦଳାଇ ଓ ନୀଳଗିରି ଥାନାର ଜଣେ ହୋମଗାର୍ଡଙ୍କ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତା ପରେ ମାମଲା ଥଣ୍ଡା ହୋଇଯାଇଥିଲା କିନ୍ତୁ ହଠାତ୍ ଗତକାଲି ନୀଳଗିରି ପୋଲିସ ଆସି ତାଙ୍କୁ ଗିରଫ କରି ଉଠାଇ ନେଇଯାଇଥିଲେ ।

ଗିରଫ ସାମ୍ବାଦିକ ଲୋକନାଥ ଦଳେଇ କହିଛନ୍ତି, ଗତ ୫ ତାରିଖ ଦିନ ପ୍ରାୟ ୧୧ଟା ବେଳେ ମୁଁ ବଜାରକୁ ଶାଗ କିଣିବାକୁ ଯାଇଥିଲେ। ମୁଁ ଗାଡ଼ି ରଖି ଶାଗ କିଣୁଥିବା ବେଳେ ଜଣେ ହୋମଗାର୍ଡ ଭାରସାମ୍ୟ ହରାଇ ଆସି ମୋ ଗାଡ଼ିକୁ ଧକ୍କା ଦେଇଥିଲେ। ଏଥିରେ ମୋ ଗାଡ଼ି କ୍ଷତିଗ୍ରସ୍ତ ହେଲା। ଏହା ପରେ ମୁଁ ଦୌଡ଼ି ଯାଇ ତାଙ୍କ ହେଲ୍‌ମେଟ୍ ଛଡ଼ାଇ ଆଣିଥିଲି ଓ ଗାଡ଼ି ସଜ କରି ଦେଇ ହେଲ୍‌ମେଟ୍‌ ନେଇ ଯିବେ ବୋଲି କହିଥିଲି। ମୁଁ ଜାଣି ନଥିଲି ସେ ଜଣେ ହୋମଗାର୍ଡ। ଏହି ସମୟରେ ପାଖରେ ଥିବା ଜଣେ ଦୋକାନୀ ଆସି କହିଥିଲେ, ବୁଢ଼ା ଲୋକଟିକୁ କାହିଁକି ହଇରାଣ କରୁଛ। ହେଲ୍‌ମେଟ୍ ଫେରାଇ ଦିଅ। ସେତେବେଳେକୁ ସେ (ହୋମଗାର୍ଡ) ଗୋଟାମୋଟା ଥରୁ ଥିଲେ। ତେଣୁ ମୁଁ ହେଲ୍‌ମେଟ୍ ଫେରାଇ ଦେଇଥିଲି। କଥା ସେଇଠି ସରିଥିଲା।

ସେ ଆହୁରି କହିଛନ୍ତି, ମୋ ନାଁରେ ଏହି ଘଟଣାକୁ ନେଇ ମାମଲା ରୁଜୁ ହୋଇଥିବା ଗତକାଲି ଜାଣିବାକୁ ପାଇଲି। ଏନେଇ ରାତି ୧୧ଟାରେ ନୀଳଗିରି ଥାନା ଅଧିକାରୀଙ୍କୁ ଫୋନ୍ କରିଥିଲି ଓ ଘଟଣା ସଂପର୍କରେ ପଚାରିଥିଲି। ମୁଁ ହୋମଗାର୍ଡଙ୍କୁ ମାଡ଼ ମାରିଥିବା ସେ କହିଥିଲେ। ଏହା ପରେ ମୁଁ ଥାନାକୁ ଯାଇଥିଲି। ଥାନାରେ ପୁଲିସ୍ ମୋ ଠାରୁ ମୋବାଇଲ୍ ନେଇଯିବା ସହିତ ମୋତେ ଗିରଫ କରିଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+