୧୨ ଜିଲାରେ ସ୍ଥାପନ ହେବ ୨୩ ଶିଳ୍ପ: ସୃଷ୍ଟି ହେବ ୧୧,୯୩୩ ନିଯୁକ୍ତି

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ଶିଳ୍ପ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯାଉଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟେଟ୍‌ ଲେଭଲ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

୧୨ ଜିଲାରେ ହେବାକୁ ଥିବା ୨୩ଟି ଶିଳ୍ପ ଯୋଗୁ ୧୧,୯୩୩ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ଅନୁମୋଦନ ପୋଷାକ ଓ ଟେକ୍ସଟାଇଲ, ଷ୍ଟିଲ୍‌ ଓ ଡାଉନଷ୍ଟ୍ରିମ୍‌ ଶିଳ୍ପ, ଖାଦ୍ୟ ଓ ପାନୀୟ, ରାସାୟନିକ, ଔଷଧ, ଶକ୍ତି ଓ ନବୀକରଣୀୟ ଶକ୍ତି, ଆଇଟି ଓ ଆଇଟିଇଏସ୍‌, ପର୍ଯ୍ୟଟନ ଏବଂ ଏରୋସ୍ପେସ ଓ ପ୍ରତିରକ୍ଷା ଭଳି କୌଶଳଗତ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରୁଛି। ଓଡ଼ିଶାର ଟେକ୍ସଟାଇଲ ଇକୋସିଷ୍ଟମକୁ ମଜଭୁତ କରିବା ପାଇଁ କେପିଆର୍‌ ମିଲ ଲିମିଟେଡ୍‌ ଖୋର୍ଦ୍ଧାରେ ୩୫୦ କୋଟି ଟଙ୍କା ନିବେଶ କରିବା ସହ ବାର୍ଷିକ ୪୬.୮ ନିୟୁତ ପୋଷାକ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ବୃହତ୍‌ ପୋଷାକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ। ଏହା ୫ ହଜାର ନିଯୁକ୍ତି ସୃଷ୍ଟି କରିବ।

23 industries to be set up in 12 districts

ସେହିପରି ଷ୍ଟିଲ ଓ ଡାଉନ୍‌ଷ୍ଟ୍ରିମ ଶିଳ୍ପ କ୍ଷେତ୍ରରେ ବିଦ୍ୟା ମିନେରାଲ୍‌ସ ପ୍ରା.ଲି. ସୁନ୍ଦରଗଡ଼ରେ ୦.୨୧ ଏମ୍‌ଟିପିଏ ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବ। ଏଥିପାଇଁ ୬୨୦ କୋଟି ଟଙ୍କା ନିବେଶ ସହ ୫୨୫ ନିଯୁକ୍ତି ସୃଷ୍ଟି ହେବ। ଜାଟିଆ ଷ୍ଟିଲ ଲିମିଟେଡ୍‌ ୪୫୧.୯୦ କୋଟି ଟଙ୍କା ନିବେଶରେ ଯାଜପୁରରେ ଷ୍ଟିଲ୍‌ ଷ୍ଟ୍ରକ୍‌ଚର ୟୁନିଟ୍‌ ସ୍ଥାପନ କରିବ। ଏହାଦ୍ୱାରା ପ୍ରାୟ ୧୭୫ ଜଣ କର୍ମନିଯୁକ୍ତି ପାଇପାରିବେ। ଆମଷ୍ଟେଡ୍‌ ଷ୍ଟିଲ ଫାଉଣ୍ଡ୍ରିଜ, ମାଙ୍କାଶ ଏଣ୍ଟରପ୍ରାଇଜେସ୍‌ ଓ ଷ୍ଟିଲୋଗ୍ରାଫ ଆସେଣ୍ଡର୍ସଙ୍କ ଅତିରିକ୍ତ ପ୍ରସ୍ତାବ ରାଜ୍ୟର ଡାଉନ୍‌ଷ୍ଟ୍ରିମ କ୍ଷମତାକୁ ଆହୁରି ଗଭୀର କରିବ। ଅନ୍ୟପଟେ କୃଷି-ପ୍ରକ୍ରିୟାକରଣ କ୍ଷେତ୍ରରେ ହିନ୍ଦୁସ୍ତାନ ଆକ୍ୱା ପ୍ରା.ଲି. ୩୨୦ କୋଟି ଟଙ୍କା ନିବେଶରେ ସୁନ୍ଦରଗଡ଼ରେ ପାନୀୟ ୟୁନିଟ ସ୍ଥାପନ କରିବ ଓ ୨୫୦ଜଣଙ୍କୁ ରୋଜଗାର ଦେବ। ପ୍ରଗତି ମିଲ୍କ ପ୍ରଡକ୍ଟସ ପ୍ରା.ଲି. ୧୧୪.୩୪ କୋଟି ଟଙ୍କା ନିବେଶ କରି ୬୭୪ ନିଯୁକ୍ତି ସୁଯୋଗ ସହ ବାଲେଶ୍ୱରରେ ଡେଏରୀ ସୁବିଧା ବିକାଶ କରିବ। ପୁରୀ, ଗଜପତି, ନୟାଗଡ଼, କନ୍ଧମାଳ ଓ ଗଞ୍ଜାମରେ ୪୭୯ କୋଟି ଟଙ୍କାର ୬ଟି ପ୍ରିମିୟମ ଆତିଥ୍ୟ ପ୍ରକଳ୍ପ ଅନୁମୋଦିତ ହୋଇଥିବାବେଳେ ୧,୩୫୨ ନିଯୁକ୍ତି ସୃଷ୍ଟି ହେବ। ଏରୋସ୍ପେସ ଓ ପ୍ରତିରକ୍ଷା ଉଭୟମାନ ଟେକ୍ନୋଲୋଜି କ୍ଷେତ୍ରରେ ବନଭି ଟେକ୍ନୋଲୋଜି ପ୍ରା. ଲି. ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କା ନିବେଶ ସହ ଏକ ଅତ୍ୟାଧୁନିକ ଡ୍ରୋନ୍‌ ପାର୍କ ସ୍ଥାପନ କରିବ। ଏହା ଗବେଷଣା, ଉତ୍ପାଦନ ଓ ତାଲିମ ପାଇଁ ଏକ ଇଣ୍ଟିଗ୍ରେଟେଡ ୟୁଏଭି ଇକୋସିଷ୍ଟମ ହେବ ଓ ୭୬୦ ନିଯୁକ୍ତି ସୃଷ୍ଟି କରି ଓଡ଼ିଶାକୁ ଭାରତରେ ଡ୍ରୋନ୍‌ ଟେକ୍ନୋଲୋଜିରେ ଅଗ୍ରଣୀ କରିବ। ଇକୋଡାଇନାମିକ୍ସ ଗ୍ରୀନ୍‌ ଏନର୍ଜୀ ପ୍ରା.ଲି. ବରଗଡ଼ରେ ୧୦୦ କୋଟି ଟଙ୍କା ନିବେଶ ସହ ୩୦ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କରିବ। ଲୁମିନାସ ପାୱାର ଟେକ୍ନୋଲୋଜିସ୍‌ ପ୍ରା.ଲି. ଗୋପାଳପୁରରେ ୯୫୦ କୋଟି ଟଙ୍କାର ୧.୨ ଜିଗାୱାଟ ସୌର ସେଲ୍‌ ଓ ୧ ଜିଗାୱାଟ ସୌର ପିଭି ମଡ୍ୟୁଲ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ, ଯାହା ପ୍ରାୟ ୧,୦୦୦ ନିଯୁକ୍ତି ସୃଷ୍ଟି କରିବ। ଲିଣ୍ଡେ ଇଣ୍ଡିଆ ସୁନ୍ଦରଗଡ଼ରେ ଏୟାର ସେପାରେଶନ ୟୁନିଟ ସ୍ଥାପନ କରିବ। ଗ୍ରୋଇଂ ଟ୍ରି ଅଏଲ ରିଫାଇନେରି ପ୍ରା.ଲି. ବରଗଡ଼ରେ ସଲଭେଣ୍ଟ ଏକ୍ସଟ୍ରାକ୍ସନ ୟୁନିଟ ଓ ସିନ୍ନାଟ ଫାର୍ମା ପ୍ରା.ଲି. କଟକରେ ୧୦୦ କୋଟି ଟଙ୍କା ନିବେଶ ସହ ଏକ ଏପିଆଇ ଉତ୍ପାଦନ ୟୁନିଟ ସ୍ଥାପନ କରିବ। ସେହିପରି ଆପମୋସିସ୍‌ ଟେକ୍ନୋଲୋଜିସ ପ୍ରା.ଲି. ଖୋର୍ଦ୍ଧାରେ ୬୫ କୋଟି ଟଙ୍କା ନିବେଶରେ ଏକ ସଫ୍ଟୱେୟାର ଡେଭେଲପ୍‌ମେଣ୍ଟ ସେଣ୍ଟର ସ୍ଥାପନ କରିବ, ଯାହା ୧୫୫ ନିଯୁକ୍ତି ସୃଷ୍ଟି କରିବ ବୋଲି ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+