ମିଳିଲା ଲାଇସେନ୍ସ: ଏଣିକି ଜୟପୁରରୁ ଉଡ଼ାଣ ଭରିବ ବିମାନ
କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ନବନର୍ମିତ ବିମାନବନ୍ଦରକୁ ବିମାନ ଉଡାଣ ନେଇ ଅନୁମତି ମିଳିଛି । ଉଡାନ୍ ଦିବସର ଗୋଟିଏ ଦିନ ପୂର୍ବରୁ ମିଳିଛି ଜୟପୁରକୁ ଅନୁମତି ମିଳିଛି ।
ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ନବନର୍ମିତ ବିମାନବନ୍ଦରକୁ ବିମାନ ଉଡାଣ ନେଇ ଅନୁମତି ମିଳିଛି । ଉଡାନ୍ ଦିବସର ଗୋଟିଏ ଦିନ ପୂର୍ବରୁ ମିଳିଛି ଜୟପୁରକୁ ଅନୁମତି ମିଳିଛି। 'ଉଡାନ୍' ଯୋଜନାରେ ବିମାନ ଚଳାଚଳ ନେଇ ଅକ୍ଟୋବର ୨୦ ତାରିଖରେ ଲାଇସେନ୍ସ ମିଳିଛି । ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ବିମାନ ଉଡ଼ାଣ ନେଇ ଭିତ୍ତିଭୂମି ଓ ଟ୍ରାଏଲ ରନ୍ ସରିଥିଲା। ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ ରାଜ୍ୟ ସରକାର। ଏବେ ଅନୁମତି ମିଳିବା ପରେ ପୂରଣ ହୋଇଛି ଜୟପୁରବାସୀଙ୍କ ଆଶା । ଆଗକୁ ଜିଲ୍ଲାର ବିକାଶ ଓ ପର୍ଯ୍ୟଟନ କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବ।
ସୂଚନାଯୋଗ୍ୟ, ଗତ ଜୁଲାଇ ୨୧ଓ ୨୨ତାରିଖ ଦିନ ଜୟପୁର ବିମାନବନ୍ଦରରୁ ବିମାନ ଉଡାଇବା ପାଇଁ ଅନୁସଙ୍ଗିକ, ବୈଷୟିକ, ଭୌଗଳିକ ଭିତ୍ତିଭୁମି କେତେ ପ୍ରସ୍ତୁତି ସରିଛି ତାହାର ଅନୁଧ୍ୟାନ ଡିଜିସିଏ୍ (ଡାଇରେକ୍ଟରଟ୍ ଅଫ୍ ସିଭିଲ୍ ଏଭିଏସନ୍)ର ୩ଜଣିଆ ଟିମ୍ ଯାଂଚ କରି ୬୭ଟି ତ୍ରୁଟି ଚିହ୍ନଟ କରିଥିଲେ। ସମସ୍ତ ତ୍ରୁଟି ଗୁଡିକୁ ଗତ ତିନି ମାସ ମଧ୍ୟରେ ସୁଧାରିଥିବା ରିପୋର୍ଟ ଡିଜିସିଏ ନିକଟରେ ଦାଖଲ ହୋଇଥିଲା।












Click it and Unblock the Notifications