ଆସିଲା ଜାନୁଆରୀ ଗାଇଡଲାଇନ: ନୂଆବର୍ଷରେ ପିକନିକ୍ ମନା
ଜାନୁଆରୀ ମାସରେ କୌଣସି ପର୍ଯ୍ୟଟନ୍ ସ୍ଥଳୀରେ ପିକନିକ୍ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ନିୟମ ଧାର୍ଯ୍ୟ କରିଛନ୍ତି ।
ଭୁବନେଶ୍ୱର: ଆସିଲା ଜାନୁଆରୀ ମାସର ଗାଇଡଲାଇନ୍ । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ନୂଆ ବର୍ଷ ଆରମ୍ଭରୁ ନିୟମକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ତେବେ ନୂଆ ଗାଇଡଲାଇନରେ ପିକନିକକୁ ସମ୍ପୂର୍ଣ୍ଣ ମନା କରିଛନ୍ତି ରାଜ୍ୟ ସରକାର । ଜାନୁଆରୀ ମାସରେ କୌଣସି ପର୍ଯ୍ୟଟନ୍ ସ୍ଥଳୀରେ ପିକନିକ୍ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ନିୟମ ଧାର୍ଯ୍ୟ କରିଛନ୍ତି ।

ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା, ପାର୍କ, ନେଚରକ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ଆଦି ନିଷେଧ ରହିବ । କେବଳ ସରକାରୀ ଅନୁମୋଦିତ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ରହିଛି । ଶିକ୍ଷା ଅନୁଷ୍ଠାନ ଓ ଅନ୍ୟ ପ୍ରତିଷ୍ଠାନର ବାର୍ଷିକତ୍ସୋବ ମନା, ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ଅଡିଟୋରିୟମ ଓ ସମ୍ମିଳନୀ କକ୍ଷ । ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ସିନେମା ହଲ୍ । ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶରେ ଚାଲିପାରିବ ଖୋଲା ମଞ୍ଚ ଓ ଯାତ୍ରା । ସେପଟେ ୨୫୦ ଲୋକଙ୍କୁ ନେଇ ହୋଇପାରିବ ବିବାହ, ବ୍ରତଘର ଓ ଦଶାହ କାର୍ଯ୍ୟ ହେବା ନେଇ ନିର୍ଦ୍ଦେଶ ନାମାରେ ଉଲ୍ଲେଖ ରହିଛି ।












Click it and Unblock the Notifications