Get Updates
Get notified of breaking news, exclusive insights, and must-see stories!

DN ଗ୍ରୁପ୍‌ ଉପରେ ଆଇଟି ରେଡ୍, ୩୦ କୋଟି ଜବତ !

ଭୁବନେଶ୍ୱର: ରାଜଧାନୀରେ ବ୍ୟବସାୟିକ ଅନୁଷ୍ଠାନ ଉପରେ ଆୟକର ବିଭାଗର ଚଢ଼ାଉ । ଡିଏନ ଗ୍ରୁପ ଉପରେ ହୋଇଛି ଆୟକର ଚଢାଉ । ରାଜ୍ୟ ଓ ରାଜ୍ୟ ବାହାରୁ ୨୭ରୁ ଅଧିକ ସ୍ଥାନରେ ରେଡ୍‌ କରୁଛି ଆୟକର ବିଭାଗ । କେବଳ ଭୁବନେଶ୍ବରରେ ୭ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି । ଏଥି ସହ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ ।

IT Raid

ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ହୋଇଥିବା ସୂଚନା ମିଳିଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଇନକମ୍‌ ଟ୍ୟାକ୍ସର ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବା ସହ ମାସକୁ କେତେ ଟର୍ନ ଓଭର ହେଉଛି, ସେହି ଅନୁସାରେ ଏହି ବ୍ୟାବସାୟିକ ପ୍ରତିଷ୍ଠାନ ଇନକମ୍‌ ଟ୍ୟାକ୍ସ ଦେଉଛି କି ନାହିଁ ତାର ଯାଞ୍ଚ କରୁଛନ୍ତି ।

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଡିଏନ୍ ଗ୍ରୁପର ମଲ୍ ଏବଂ ହାଉସିଂ ପ୍ରୋଜେକ୍ଟ ରହିଛି । ଡିଏନ୍ ଗ୍ରୁପ ରାଜ୍ୟର ଏକ ପ୍ରମୁଖ ତଥା ପ୍ରଭାବଶାଳୀ ବ୍ୟାବସାୟିକ ପ୍ରତିଷ୍ଠାନ ବୋଲି କୁହାଯାଉଛି । ଏହି ସଂସ୍ଥା ନିଜର କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଥିବା ସୂଚନା ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+