ମାର୍ଚ୍ଚ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ : ଜାଣନ୍ତୁ କାହାକୁ ମିଳିଲା ଅନୁମତି ଏବଂ ପରୀକ୍ଷା ନେଇ କ'ଣ କହିଲେ ସରକାର ?

ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ଦୃଷ୍ଟିରେ ରଖି ରାଜ୍ୟ ଜିଲ୍ଲାପାଳ ଓ ସ୍ଥାନୀୟ ଅଧିକାରୀ ସତର୍କତାର ସହ କଣ୍ଟେନମେଣ୍ଟ୍ କରିପାରିବେ । ସେହିପରି ଯାତ୍ର ପାଇଁ ରାଜ୍ୟ ସରକାର କଟକଣା କୋହଳ କରିଛନ୍ତି । ସର୍ବାଧିକ 2 ହଜାର ଦର୍ଶକଙ୍କୁ ନେଇ ଯାତ୍ର କିମ୍ବା ଅପେରା ପରିବେଷଣ କରାଯାଇ ପାରିବ ।
ଯାତ୍ରା ପାଇଁ ଅନଲାଇନରେ ବିକ୍ରି ହେବ ଟିକେଟ୍
ଦୀର୍ଘମାସ ପରେ ଏବେ ପୁଣି ମଞ୍ଚ ହସିବ । ଶେଷରେ ଯାତ୍ରା କଳାକାର ଓ ସେମାନଙ୍କ ପରିବାରର କଥାକୁ ଶୁଣିଛନ୍ତି ସରକାର । ମାର୍ଚ୍ଚ ମାସ ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକାରେ ଯାତ୍ରାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ । ସାମାଜିକ ଦୂରତା, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଛି ।

କରୋନା ଗାଇଡଲାଇନ

ଅପେରା ପାଇଁ ସର୍ବାଧିକ 2 ହଜାର ଦର୍ଶକଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ତେବେ କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ଯାତ୍ରା ପରିବେଷଣ ହୋଇ ପାରିବ । ସିଟ୍ ମଧ୍ୟରେ 6 ଫୁଟ୍‌ ଦୂରତା ରହିବ । ରୋଗାକ୍ରାନ୍ତଙ୍କୁ ଯାତ୍ରା ପାଇଁ ବାରଣ କରାଯାଇଛି । ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ମିଳିବ ନାହିଁ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି । ସେହିପରି ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି । ଅଧିକରୁ ଅଧିକ ଟିକେଟ୍ କାଉଣ୍ଟର କରିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଯାତ୍ରାରେ କଟକଣା ଉଲ୍ଲଂଘନ କଲେ ଆୟୋଜକ ଦାୟୀ ରହିବେ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଭାବେ କୁହାଯାଇଛି ।
ବାହାଘର ପାଇଁ ସର୍ତ୍ତମୂଳକ ଅନୁମତି
ମାର୍ଚ୍ଚ ମାସ ପାଇଁ ଜାରି ହୋଇଥିବା ମାର୍ଗଦର୍ଶୀକା ଅନୁସାରେ ବାହାଘର ଏବଂ ଶୁଦ୍ଧିକ୍ରିୟାରେ ସର୍ବାଧିକ 5 ଶହ ଲୋକଙ୍କୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ଏଥିରେ ମାସ୍କ ପରିଧାନ, ସାମାଜିକ ଦୂରତା ଏବଂ ସାନିଟାଇଜ୍‌ ବାଧ୍ୟତାମୂଳକ କରାଯାଇଛି । ବାହାଘର, ଶୁଦ୍ଧିକ୍ରିୟାରେ ଆୟୋଜକମାନେ ଗାଇଡଲାଇନ ମାନିବେ , ନେହେଲେ କଡ଼ା ଦଣ୍ଡବିଧାନ ରହିଛି । ସେହିପରି ବାହାଘରରେ ଆୟୋଜକ ସମସ୍ତ ପ୍ରବେଶ ପଥରେ ଉପସ୍ଥିତ ରହି ମାସ୍କ ପରିଧାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ମାସ୍କ ପରିଧାନ କରିଥାନ୍ତି ତାହେଲେ ଆୟୋଜକ ମାସ୍କ ଦେବେ ବୋଲି ମାର୍ଗଦର୍ଶୀକାରେ କୁହାଯାଇଛି ।
ଅନଲାଇନରେ ହେବ ପରୀକ୍ଷା

ଅନଲାଇନ ପରୀକ୍ଷା
ଚଳିତ ବର୍ଷ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ତେବେ ଆଜି ପ୍ରକାଶ ପାଇଁଥିବା ନୂଆ ଗାଇଡଲାଇନ୍ ଅନୁସାରେ ଅନ୍‌ଲାଇନ୍‌ରେ ବାର୍ଷିକ ପରୀକ୍ଷା କରାଇବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନେ ଯେଉଁ ସ୍କୁଲରେ ପଢୁଥିବେ ସେହି ସ୍କୁଲରେ ହିଁ ପରୀକ୍ଷା କରିବାକୁ ରାଜ୍ୟ ସରକାର କହିଛନ୍ତି । ବର୍ତ୍ତମାନ କରୋନା ସ୍ଥିତିକୁ ଦେଖି ଅନ୍‌ଲାଇନ୍‌ରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି । ତେବେ ଏ ନେଇ ଅଭିଭାବକଙ୍କ ସହ ଆଲୋଚନା ମଧ୍ୟ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+