ମାର୍ଚ୍ଚ 1ରୁ 2ୟ ପର୍ଯ୍ୟାୟ କୋଭିଡ ଟିକାକରଣ, ପ୍ରଥମ ପର୍ଯ୍ୟାୟରେ ଓଡିଶା ଆଗରେ
ପ୍ରଥମ ପର୍ଯ୍ୟୟା ଟିକାକରଣ ଶେଷ ହୋଇଥିବା ବେଳେ ଓଡିଶା ଏଥିରେ ଆଗାରେ ରହିଛି ।
ଭୁବନେଶ୍ବର: ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଟିକା । ସେହିପରି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ଯୋଗାଇ ଦେବେ ସରକାର । ତେବେ ପ୍ରଥମ ପର୍ଯ୍ୟୟା ଟିକାକରଣ ଶେଷ ହୋଇଥିବା ବେଳେ ଓଡିଶା ଏଥିରେ ଆଗାରେ ରହିଛି ।

ପ୍ରଥମ ପର୍ଯ୍ୟାୟରେ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାରେ ଓଡିଶା ପ୍ରଥମ ହୋଇଛି । ରାଜ୍ୟରେ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟ କର୍ମିଙ୍କ ମଧ୍ୟରୁ 88.1 ପ୍ରତିଶତ ସ୍ୱାସ୍ଥ୍ଯକର୍ମି ଟିକା ନେଇଛନ୍ତି । ଓଡିଶା ଉପରେ ରହିଛି ବିହାର । ଯେଉଁଠି 89.1 ପ୍ରତିଶତ ସ୍ୱସ୍ଥ୍ଯକର୍ମି ଟିକା ନେଇଛନ୍ତି ।












Click it and Unblock the Notifications