ଜାଡ଼ରେ ଥରୁଛି ଓଡ଼ିଶା, ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର
ଜାଡ଼ରେ ଥରୁଛି ଓଡ଼ିଶା। ସଂଧ୍ୟା ନ ହେଉଣୁ ଶୀତ ପ୍ରକୋପ ଅନୁଭୂତ ହେଉଛି। ରାଜ୍ୟରେ ଶୀତର ପ୍ରଭାବ ଦେଖିବାକୁ ଅନୁଭୂତ ହେଉଥିବା ବେଳେ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ମଧ୍ୟ ଶୀତ ଲହରି ଜାରି ରହିଛି। ତେବେ ଗତ ୩ ଦିନ ହେଲା ଅଞ୍ଚଳରେ ପାଗ ଶୁଖିଲା ରହିଥିବା ବେଳେ କୁହୁଡି ହୋଇ ନ ଥିଲା କିନ୍ତୁ ଶନିବାର ପୁଣି ଘନ କୁହୁଡ଼ି ଶୀତର ପ୍ରଭାବକୁ ଦ୍ବିଗୁଣିତ କରିଥିଲା।

ଶନିବାର ଦାରିଙ୍ଗବାଡ଼ି ଅଞ୍ଚଳରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିଥିଲା ସକାଳ ୮ ଟା ସୁଦ୍ଧା ୮ ଡିଗ୍ରୀ ରହିଥିଲା ଯାହାକି ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୭.୫ ଡିଗ୍ରୀ ତାପମାତ୍ରା ରହିଥିଲା। ଶନିବାର ଜିଲା ତଥା ରାଜ୍ୟର ସବୁଠାରୁ ଥଣ୍ଡା ସହର ବୋଲି କୁହାଯାଉଛି। ଅଞ୍ଚଳରେ ଲୋକମାନେ ନିଆଁ ଜାଳି ଶୀତ ଦାଉରୁ ନିଜକୁ ସୁରକ୍ଷା ଦେଉଥିବା ଜଣାପଡ଼ିଛି।












Click it and Unblock the Notifications