ପ୍ରବଳ ଶୀତରେ ଥରୁଛି ଓଡ଼ିଶା ; କଲବଲ କରୁଛି କୁହୁଡି, ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି
ରାଜ୍ୟରେ ଶୀତର ଲହରୀ ଲାଗି ରହିଛି। ଦୁଇ ଦିନ ପରେ ପୁଣି ଖସିବ ପାରଦ। ପ୍ରବଳ ଶୀତରେ ଥରିବ ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶା। ଆଗାମୀ ଦୁଇ ଦିନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରାଯାଇଛି।

ତେବେ ୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ୭ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। କନ୍ଧମାଳ ଜିଲାର ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରୀକୁ ଖସିଛି। ଜିଲାର ଦାରିଙ୍ଗବାଡ଼ିରେ ପାରଦ ୮.୫ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬.୫ଡିଗ୍ରୀ ରହିଛି। ସେମିଳିଗୁଡାରେ ୫.୬, ରାଉରକେଲା ୮.୫, କେନ୍ଦୁଝର ୯.୪, ଝାରସୁଗୁଡ଼ା ୯.୬, ସୁନ୍ଦରଗଡ଼ ୧୦.୨, ଅନୁଗୋଳ ୧୦, ବାରିପଦା ୧୧.୫, ତାଳଚେର ୧୦.୮, ଭବାନୀପାଟଣା ୧୧, କୋରାପୁଟ ୧୧.୫, ଢେଙ୍କାନାଳ ୧୧.୯, ଭୁବନେଶ୍ବର ୧୩.୬ ଏବଂ କଟକରେ ୧୨.୫ ଡିଗ୍ରୀ ରହିଛି। ଅନ୍ୟାନ୍ୟ ଜିଲାରେ ପାରଦ ୧୫ଡିଗ୍ରୀ ତଳେ ରହିଛି।












Click it and Unblock the Notifications