ଥରୁଛି ଓଡ଼ିଶା: ୪ ଦିନ ଘନ କୁହୁଡ଼ି ଆଲର୍ଟ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୪ ଦିନ ଘନ କୁହୁଡ଼ି ରହିବ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ଓ ସୋମବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିପାରେ ।

Odisha

ଗୁରୁବାର ୮ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା । ଶୁକ୍ରବାର ରାତିରେ ୧୪ ସ୍ଥାନ ୧୦ ଡିଗ୍ରୀ ତଳକୁ ଖସିଆସିଛି । ଜି ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୪.୪ ଡିଗ୍ରୀ ଥିଲା । ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, ଫୁଲବାଣୀରେ ୬.୪, କୋରାପୁଟରେ ୬.୬, ସିମିଳିଗୁଡ଼ାରେ ୬.୭ ଡିଗ୍ରୀ ଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫.୪ ଡିଗ୍ରୀ କମ୍ ରହିଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୩.୯ ଡିଗ୍ରୀ ଓ କଟକରେ ୧.୯ ଡିଗ୍ରୀ କମ୍ ଥିଲା । ରାଉରକେଲାରେ ରାତି ତାପମାତ୍ରା ୭, ଝାରସୁଗୁଡ଼ାରେ ୭.୪, କିରେଇରେ ୮.୬, ନବରଙ୍ଗପୁରରେ ୯, ନବରଙ୍ଗପୁରରେ ୯ ଡିଗ୍ରୀ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+