ସମୃଦ୍ଧ ଓଡ଼ିଶା ଗଠନର ଭିତ୍ତି ପଡ଼ିଛି: ମୁଖ୍ୟମନ୍ତ୍ରୀ

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବନ୍ଧୁଙ୍କ ସହ ଆଲୋଚନା କରିଛି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଏକ ଐତିହାସିକ ଘଟଣା ଯାହାକି ବିକଶିତ ଓଡ଼ିଶା ଗଠନର ଏକ ମୂଳଦୁଆ।

ରାଜ୍ଯରେ ଭିତ୍ତିଭୂମି ବିକାଶ, ପୁଞ୍ଜି ନିବେଶ, ନିଯୁକ୍ତି କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି ପାଇଁ ରାଜ୍ୟ ସରକାର ଗୁରତ୍ଵ ଦେଉଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଏବଂ ସିଙ୍ଗାପୁର ସହ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ବାକ୍ଷରିତ ହୋଇଛି।

ଆଧୁନିକ ସହରାଞ୍ଚଳ ଯୋଜନା ଠାରୁ ଆରମ୍ଭ କରି ନୂତନ ସହର ପ୍ରତିଷ୍ଠା, ସେମିକଣ୍ଡକଟର, ପେଟ୍ରୋକେମିକାଲ୍‍ସ, ଗ୍ରୀନ ଏନର୍ଜି ଓ ଦକ୍ଷତା ବିକାଶ ପରି ଆଧୁନିକ କ୍ଷେତ୍ରର ବିକାଶ ପାଇଁ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯାହାକି ରାଜ୍ଯର ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ।

mohan majhi

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମ୍ମାନର ବିଷୟ

ଇଡ୍‌କୋ ସହ ସିଙ୍ଗାପୁରର ସେମ୍ବକର୍ପ ବୁଝାମଣାପତ୍ର ଜରିଆରେ ରାଜ୍ୟରେ ବିଶ୍ୱସ୍ତରୀୟ ବହୁବିଧ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଇପିକଲ୍ ସହିତ ମଧ୍ୟ ସେମ୍ବକର୍ପର ଏକ ଏମ୍‌ଓୟୁ ହୋଇଛି। ଏଥିରେ ପାରାଦୀପରେ ଏକ ଗ୍ରିନ ସିପିଙ୍ଗ୍ କରିଡର୍ ଓ ଏକ ଗ୍ରିନ ହାଇଡ୍ରୋଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବ। ଇପିକଲ୍ ଓ ସିଙ୍ଗାପୁରର ସୁରବନ୍ ଜୁରଙ୍ଗ୍ ମଧ୍ୟରେ ହୋଇଥିବା ଏମ୍‌ଓୟୁ ଅନୁଯାୟୀ ପାରାଦୀପ ପିସିପିଆଇଆର୍‌ ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ବିଡିଏ ଓ ସୁରବନ୍ ଜୁରଙ୍ଗ୍ ସହିତ ଯେଉଁ ଏମ୍‌ଓୟୁ ହୋଇଛି, ସେଥିରେ ଭୁବନେଶ୍ୱର ନିକଟରେ ଏକ ଅତ୍ୟାଧୁନିକ ସହରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ରାଜ୍ୟ ଶକ୍ତି ବିଭାଗ, ଭୁବନେଶ୍ବର ଆଇଆଇଟି ଓ ସିଙ୍ଗାପୁରର ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ବିଶ୍ବବିଦ୍ୟାଳୟ ମଧ୍ୟରେ ଏକ ତ୍ରି-ପାକ୍ଷିକ ଏମ୍‌ଓୟୁ କରାଯାଇଛି। ଏହାଦ୍ୱାରା ଗ୍ରିନ ହାଇଡ୍ରୋଜେନ୍ ଓ ସୋଲାର୍ ଏନର୍ଜି ପରି ବିଭିନ୍ନ ବିକଳ୍ପ ସମାଧାନର ସୂତ୍ର ବାହାର କରାଯିବ। ଓଡ଼ିଶା ଇଲେକ୍ଟ୍ରୋନିକ୍‍ସ ଓ ଆଇଟି ବିଭାଗ ସହିତ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍‍ସ ଓ ଟେକ୍ନୋଲୋଜି ନେଟ୍‍ୱାର୍କ୍ ଏବଂ ଜିଏଫ୍‌ଟିଏନ୍‌ ସହିତ ଯେଉଁ ଏମ୍‌ଓୟୁ ହୋଇଛି ତହିଁରେ ଫିନ୍‌ଟେକ୍ କ୍ଷେତ୍ରରେ ଅଧିକ ନିବେଶ ଆସିବ ଓ ଇନୋଭେସନ୍ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ।

ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସିଙ୍ଗାପୁରର ଆଇଟିଇଇଏସ୍‌ ସହିତ ଗୋଟିଏ ଏମ୍‌ଓୟୁ, ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ସହିତ ଆଇଆଇଟି ଭୁବନେଶ୍ବର ଏବଂ ଶକ୍ତି ବିଭାଗ ମଧ୍ୟ ଆଉ ଗୋଟିଏ ଏମ୍‌ଓୟୁ କରିଛନ୍ତି। ଏହା ଦ୍ୱାରା ଆଇଟି, ଆଇଟିଇଏସ୍‌, ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+