ଗଛ ଲଗାଇବାରେ ଏକ ନମ୍ବର ଓଡ଼ିଶା ; ଗୋଟିଏ ବର୍ଷରେ ଲଗାହୋଇଛି ୧ ଲକ୍ଷ ୪୮ ହଜାର ଗଛ, ମୁଖ୍ୟମନ୍ତ୍ରୀ
ପାଳିତ ହୋଇଛି ରାଜ୍ୟସ୍ତରୀୟ ବନ ମହୋତ୍ସବ କାର୍ୟ୍ୟକ୍ରମ । ଡୁମୁଡୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଂଟିଆ, ଏସଆରସି ସତ୍ୟବ୍ରତ ସାହୁ, ପିସିସିଏଫ ଦେବିଦତ ବିଶ୍ବାଳ ପ୍ରମୁଖ ସାମିଲ ହୋଇଥିଲେ। ଏହିଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଗଛ ଲଗାଇବାରେ ଦେଶରେ ଓଡିଶା ଏକ ନମ୍ବର ରାଜ୍ୟ। ଗୋଟିଏ ବର୍ଷରେ ଏକ ଲକ୍ଷ୍ୟ ୪୮ ହଜାର ଗଛ ଓଡିଶା ଲଗେଇଛି। ଦ୍ବିତୀୟ ସ୍ଥାନରେ କେରଳ ମାତ୍ର ୪୮ ହଜାର ଗଛ ଲଗେଇଛି।
'ଏକ ପେଡ ମା କେ ନାମ' ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ଆମେ ଚେଷ୍ଟା କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତାଳ ଗଛକୁ ଆଜି ବନ ବିଭାଗର ବନ୍ଧୁ ହିସାବରେ ନିଆଯାଇଛି। ତାଳ ଗଛ ହେଉଛି ଆମ ବ୍ରଜ କବଚ। ଓଡ଼ିଶାରେ ଲାଗିବ ଚେରୀ ବ୍ଲସମ । ଜାପାନରେ ଚେରୀ ବ୍ଲସମ୍ ଗଛ ଅଧିକ ଚାଷ କରାଯାଏ। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଂଗବାଡ଼ିରେ ଆମେ ବ୍ୟାପକ ପରିମାଣରେ ଚେରୀ ବ୍ଲସମ ଚାଷ କରିବାକୁ ଯାଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।












Click it and Unblock the Notifications