ଓଡ଼ିଶା ଅନେକ ଶ୍ରେଷ୍ଠ ପ୍ରାମାଣିତ ମଡ଼େଲର ଏନ୍ତୁଡ଼ିଶାଳ: କେନ୍ଦ୍ରୀୟ ସଚିବ

ଉତ୍ତମ ପ୍ରଶାସନ (ଗୁଡ ଗଭର୍ନାନ୍ସ ) ପାଇଁ ଶ୍ରେଷ୍ଠ ପ୍ରାମାଣିତ (ବେଷ୍ଟ ପ୍ରାକ୍ଟିସ) ନମୁନା ମଡ଼େଲ (ଇନିଟିଏଟିଭ୍‌) ଗୁଡିକର ଅନ୍ୟତ୍ର ପ୍ରୟୋଗ ଶୀର୍ଷକ ଆଞ୍ଚଳିକ ସମ୍ମିଳନ ଆଜି ରାଜ୍ୟ ଲୋକସେବା ଭବନ କନଭେନସନ୍‌ ସେଣ୍ଟରଠାରେ ଉଦଘାଟିତ ହୋଇଯାଇଛି ।

ଭୁବନେଶ୍ୱର: ଉତ୍ତମ ପ୍ରଶାସନ (ଗୁଡ ଗଭର୍ନାନ୍ସ ) ପାଇଁ ଶ୍ରେଷ୍ଠ ପ୍ରାମାଣିତ (ବେଷ୍ଟ ପ୍ରାକ୍ଟିସ) ନମୁନା ମଡ଼େଲ (ଇନିଟିଏଟିଭ୍‌) ଗୁଡିକର ଅନ୍ୟତ୍ର ପ୍ରୟୋଗ ଶୀର୍ଷକ ଆଞ୍ଚଳିକ ସମ୍ମିଳନ ଆଜି ରାଜ୍ୟ ଲୋକସେବା ଭବନ କନଭେନସନ୍‌ ସେଣ୍ଟରଠାରେ ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଓ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଙ୍କ ମିଳିତ ଆନୁକୁଲ୍ୟରେ ଏହି ସମ୍ମିଳନ ଆୟୋଜିତ ହୋଇଛି ।

Sanjay Singh

ଏଥିରେ ଭାରତ ଉତ୍ତର-ପୂର୍ବ ଏବଂ ପୂର୍ବାଞ୍ଚଳର ୧୪ଟି ରାଜ୍ୟ ଯୋଗ ଦେଇଛନ୍ତି। ସମ୍ମିଳନଟି ଉଭୟ ବାସ୍ତବ ଏବଂ ଡ଼ିଜିଟାଲ୍‌ ମୋଡରେ ଅନୁଷ୍ଠିତ ହେଉଛି । ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ସିକିମ୍‌, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଛନ୍ତି ।

ଉଦ୍‌ଘାଟନୀ ପର୍ଯ୍ୟାୟରେ ଯୋଗଦେଇ ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ଶାସନ ସଚିବ ସଞ୍ଜୟ ସିଂ କହିଥିଲେ ଯେ, ଓଡ଼ିଶା ଅନେକ ଶ୍ରେଷ୍ଠ ପ୍ରାମାଣିତ ନମୁନାର ଏନ୍ତୁଡିଶାଳ । ଓଡ଼ିଶାର 'ଓସ୍ଓ୍ୱାନ୍‌,' 'ଇ-ଗଭର୍ନାନ୍ସ,' 'ଭାରତନେଟ୍‌-୨ୟ ପର୍ଯ୍ୟାୟ କାର୍ଯ୍ୟାନ୍ୱୟନ,' 'ମୋ ସରକାର,' ସରକାରୀ ସେବା ପାଇବାର ଅଧିକାର ଆଇନ୍‌ ବଳରେ କରାଯାଇଥିବା 'ଅନ୍‌ ଲାଇନ୍‌ ସେବା ଯୋଗାଣ,' 'ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା' ଆଦି ଶ୍ରେଷ୍ଠ ପ୍ରାମାଣିତ ମଡ଼େଲ ଭାବେ ଚିହ୍ନଟ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+