ଚଳିତ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି, ୪ ବର୍ଷ ହେବ ସ୍ନାତକ କୋର୍ସ
Odisha Education: ଚଳିତ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେବ । ଅର୍ଥାତ୍ ୨୦୨୪-୨୫ ଶିକ୍ଷା ବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ । ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରୀ ଓ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ। ୟୁଜିସି ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍ୱର୍କ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍ୱର୍କ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ନିଷ୍ପତ୍ତି ନେଇଛନ୍ତି ।
କମ୍ୟୁନିଟି ସର୍ଭିସ୍ ଓ Extra Curricular Activities, ଏନ୍ସିସି ଏନଏସ୍ଏସ୍ ଇତ୍ୟାଦି ପାଇଁ ମଧ୍ୟ ପ୍ରୋତ୍ସାହର ଦିଆଯିବ । ଛାତ୍ରଛାତ୍ରୀ ନିଜ ଅନୁସାରେ ବିଷୟ ବାଛିବାର ସୁଯୋଗ ପାଇବେ । ତେବେ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସକୁ ସାରି ପାରିବେ ।

ତେବେ ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ, ଓଡ଼ିଶାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁସାରେ କରାଯିବ । ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନେ ପାଠ ଶେଷ କରିବା ପରେ ସହଜରେ ଚାକିରି ପାଇପାରିବେ । ତେବେ ବର୍ତ୍ତମାନ ୪୦ଟି ସ୍ନାତକ ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ୍ ସିଲାବସ୍ ସହ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ,୧୧୨ଟି Multi Disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ଏବଂ ୫୬ଟି ଯୁକ୍ତପାଠ୍ୟକ୍ରମ ଅନୁମୋଦନ କରାଯାଇଛି ।












Click it and Unblock the Notifications