ଓଡ଼ିଶା ପାଲଟିଛି ବ୍ରାଉନସୁଗାର ହବ୍‌; ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ

ପ୍ରତ୍ୟେକ ଦିନ ନିଶା କାରବାରରେ ଅନେକ ଧରାପଡ଼ି ଜେଲ୍‌କୁ ଯାଇଥାନ୍ତି। ଏହା ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା। ଏ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତର ରଖିଛନ୍ତି। ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ ହୋଇଛି। ୫୯୨୦ଟି ମାମଲାରେ ଗିରଫ ହୋଇଛନ୍ତି ୭୨୮୯ ଜଣ। ସେହିଭଳି ୪୪୩୬.୭୬ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି।

odisha assembly

ରାଜ୍ୟର ୨୬୦୩ ଗାଁରେ ନାହିଁ ମୋବାଇଲ୍ ସେବା । ମୋବାଇଲ୍ ସେବାର ଲାଭ ଉଠାଇ ପାରୁନାହାଁନ୍ତି ରାଜ୍ୟର ଅଢ଼େଇ ହଜାରରୁ ଅଧିକ ଗ୍ରାମର ଗ୍ରାମବାସୀ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ବିଧାନସଭାରେ ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଏବେ ଯାଏଁ କେଉଁ କେଉଁ ବ୍ଲକର କେଉଁ ପଞ୍ଚାୟତରେ ମୋବାଇଲ ଓ ଟେଲିଫୋନ୍ ସେବା ଅପହଞ୍ଚ ଅଛି?

ଏହାସହ ସେହି ଅଞ୍ଚଳରେ ମୋବାଇଲ ଟେଲିଫୋନ୍ ସେବା ଯୋଗେଇବା ପାଇଁ ସରକାରଙ୍କ ଯୋଜନା କଣ?

ଏହାର ଉତ୍ତର ଦେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୫୧ ହଜାର ୧୭୬ ଟି ଗାଁ ଭିତରୁ ୨୬୦୩ ଗାଁରେ ମୋବାଇଲ୍ ସେବା ଉପଲବ୍ଧ ନାହିଁ । ତେବେ ଏହି ସବୁ ଗ୍ରାମକୁ ମୋବାଇଲ ସେବା ଯୋଗେଇଦେବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ୍ ଟାଓ୍ୱାର ସ୍ଥାପାନ କରିବାର ପ୍ରସ୍ତାବ ରହିଛି । ଏହା ମଧ୍ୟରୁ ୨୫୭୨ଟି ଟାଓ୍ୱାର କାର୍ଯ୍ୟକ୍ଷମ ହୋଇସାରିଛି । ଜୁନ୍ ୨୦୨୫ ସୁଦ୍ଧା ଅନ୍ୟ ସମସ୍ତ ଟାଓ୍ୱାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+