ଆତ୍ମହତ୍ୟା ହାରରେ ଓଡିଶା ଆଗରେ

ପୋଲିସର ତଦନ୍ତ ଓ ଗଣମାଧ୍ୟମରେ ଖବର ପ୍ରସାରଣକୁ ନେଇ କମିଶନରେଟ ପୋଲିସ ଆୟୋଜନ କରିଛି ସ୍ୱିସାଇଡ଼ ଏଣ୍ଡ ଲ ଏନଫୋର୍ସମେଣ୍ଟ ୱାର୍କସପ ।

ଭୁବନେଶ୍ବର: ପୋଲିସର ତଦନ୍ତ ଓ ଗଣମାଧ୍ୟମରେ ଖବର ପ୍ରସାରଣକୁ ନେଇ କମିଶନରେଟ ପୋଲିସ ଆୟୋଜନ କରିଛି ସ୍ୱିସାଇଡ଼ ଏଣ୍ଡ ଲ ଏନଫୋର୍ସମେଣ୍ଟ ୱାର୍କସପ । ଏହି ସେମିନାରରେ ଓଡ଼ିଶାରେ ହେଉଥିବା ଆତ୍ମହତ୍ୟାର ନିରାକରଣ ଦିଗ ସମ୍ପର୍କରେ ବିଶିଷ୍ଟ ମନସ୍ତତ୍ତ୍ବବିତ ପ୍ରଫେସର ସୌମିତ୍ର ପଠାରେ କମିସନରେଟ ପୋଲିସ ଅଧିକାରୀମାନଙ୍କୁ ବକ୍ତୃତା ପ୍ରଦାନ କରି ସୁଚିନ୍ତିତ ମତାମତ ରଖିଛନ୍ତି।

suicide

ଜାତୀୟ ହାରଠାରୁ ଓଡ଼ିଶାରେ ଆତ୍ମହତ୍ୟା ହାର ବଢୁଛି। କେଉଁ କାରଣରୁ ଆତ୍ମହତ୍ୟା ହେଉଛି, ଆତ୍ମହତ୍ୟାର କାରଣ, ନିରାକରଣ,ତଦନ୍ତ ସହ ଆତ୍ମହତ୍ୟା ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟିଂ ନେଇ ଆଲୋକପାତ କରାଯାଇଛି । ମୁଖ୍ୟ ଅତିଥି ରୂପେ ପୋଲିସ ଡିଜିପି ସୁନୀଲ ବଂଶଲ. ପୋଲିସ କମିସନର ‌ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଅତିରିକ୍ତ ପୁଲିସ କମିସନର ଡ଼. ଉମାକାନ୍ତ ଦାସଙ୍କ ସହ ବହୁ ପୁଲିସ ଅଧିକାରୀ ଯୋଗ ଦେଇଥିଲେ। ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ରମାଗତ ଭାବେ ବୃଦ୍ଧି ହେଉଥିବା ଆତ୍ମହତ୍ୟା ମାମଲା ଜନସାଧାରଣଙ୍କ ମନରେ ଏକ ନକରାତ୍ମକ ଭାବନା ସୃଷ୍ଟି କରୁଛି ।

ଏନ ସି ଆର ବି ରିପୋର୍ଟ କହୁଛି 2021 ରେ ଓଡିଶା ର 5651 ଜଣ ଆତ୍ମହତ୍ୟା କରିଛନ୍ତି । ବଡ଼କଥା ହେଉଛି ଓଡିଶା ର ହାର ଗତ 5 ବର୍ଷ ରେ 10 ରୁ ବଢି 12.5 ପ୍ରତିଶତ ରେ ପହଞ୍ଚିଛି ଯାହା ଜାତୀୟ ହାର ଠାରୁ ଅଧିକ । ବଢୁଥିବା ଆତ୍ମହତ୍ୟା ମାମଲା କୁ ନେଇ ଚିନ୍ତା ପ୍ରକଟ କରିବା ସହ ଚେଷ୍ଟା କଲେ ଏହାକୁ ରୋକା ଯାଇ ପାରିବ ବୋଲି କହିଛନ୍ତି ବିଶେଷଜ୍ଞ । ସେପଟେ ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ଟ୍ଵିନ ସିଟିରେ କଟକ- ଭୁବନେଶ୍ୱର ରେ ୨୨୬ ଜଣଙ୍କ ଆତ୍ମହତ୍ୟା ମାମଲା ହୋଇଛି । ତା ମଧ୍ୟରେ ବିଚାରପତି,ଅଭିନେତା ,ମହିଳା ଯନ୍ତ୍ରୀ, ଗୃହିଣୀ ଓ ଛାତ୍ରୀ ଅଛନ୍ତି । ମାମଲା ବଢ଼ୁଥିବାରୁ ଅଧିକ ସଚେତନତା ଆବଶ୍ୟକତା ଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+