୩ ବର୍ଷରେ ନିର୍ମାଣ ହେବ ୧୯୯ କିମି ବନ୍ଧ

Odisha has set a model in handling best natural disaster techniques to prevent ..ଆସନ୍ତା ତିନି ବର୍ଷ ମଧ୍ୟରେ ୧୯୯କିମି ଉପକୂଳ ବନ୍ଦର ସୁରକ୍ଷା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ ।ଯେଉଁଥି ପାଇଁ ପ୍ରଥମ ଥର ବଜେଟରେ ରାଜ୍ୟ ସରକାର ୭୬୩କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ଓଡି଼ଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିଛି । ଜିରୋ କାଜୁଆଲଟି ଲକ୍ଷ୍ୟ ପାଇଁ ସାରା ବିଶ୍ବରେ ପ୍ରଶଂସା ସାଉଁଟିଛି । ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ବିଶେଷ ରଣକୌଶଳ ଆପଣାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ସଫଳ ହୋଇଥାଏ ।ସାମୁଦ୍ରିକ ପ୍ଲାବନ ଓ ଉପକୂଳରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ତତପରତା ଦେଖାଇଛନ୍ତି ରାଜ୍ୟ ସରକାର ।ଆସନ୍ତା ତିନି ବର୍ଷ ମଧ୍ୟରେ ୧୯୯କିମି ଉପକୂଳ ବନ୍ଧର ସୁରକ୍ଷା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ ।ଯେଉଁଥି ପାଇଁ ପ୍ରଥମ ଥର ବଜେଟରେ ରାଜ୍ୟ ସରକାର ୭୬୩କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

ODISHA

୧୯୯୯ ମହାବାତ୍ୟାର ପରେ ବିପର୍ଯ୍ୟୟ ମୁକାବିଲା ପାଇଁ ସୁଦୃଢ଼ ବୈଷୟିକ ଜ୍ଞାନ,ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ, କୌଶଳର ସଠିକ୍ ଉପଯୋଗ ହିଁ ଆଜିକୁ ସଫଳାତା ଦେଇଛି ।
୨୦୧୯ ଫନି ବାତ୍ୟାରେ ୨୪ ଘଣ୍ଟା ମଧ୍ୟରେ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରି ରେକର୍ଡ ସୃଷ୍ଟି କରିଥିଲା ଓଡ଼ିଶା ।

ତେବେ ୪୮୦କିମି ଲମ୍ବ ସୁଦୀର୍ଘ ବେଳାଭୂମି ହିଁ ଓଡିଶାର ଚିନ୍ତାରକାରଣ ସାଜିଛି ।ଯେଉଁଥିପାଇଁ ଓଡ଼ିଶା ଉପକୂଳ ସୁରକ୍ଷା ଅତ୍ୟନ୍ତ ଜରୁରି। ଉପକୂଳ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେବ ଡିପିଆର।ବିଶେଷଜ୍ଞଙ୍କ ମତାମତ ଆଧାରରେ ପ୍ରକ୍କଳ୍ପର କାର୍ଯ୍ୟ ପାଇଁ ଯୋଜନ ପ୍ରସ୍ତୁ କରାଯିବ ।ତିନି ବର୍ଷ ମଧ୍ୟରେ ୧୯୯କିମି ଉପକୂଳ ବନ୍ଧ ନିର୍ମାଣ କରିବାର ଲକ୍ଷ ରଖାଯାଇଛି ।ତେବେ ଏହି କାର୍ଯ୍ୟ ଶେଷ ହେବା ପରେ ଅବଶିଷ୍ଟ ୨୮୦କିମିର ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି ।

ତେବେ ରାଜ୍ୟ ସରକାରଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଭୁବନେଶ୍ୱର ଆଇଆଇଟି କ୍ଲାଇମେଟ ଏବଂ ଓସିଏନ୍ ସାଇନ୍ସର ବିଭାଗୀୟ ମୁଖ୍ୟ ପ୍ରଫେସର ୟୁସି ମହାନ୍ତି ।ଏହା ସହ ସେ କହିଛନ୍ତି ଯେ ଉପକୂଳ ସୁରକ୍ଷା ପାଇଁ ଏହା ଏକ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷପ । ଚଳିତ ବର୍ଷ ବଜେଟରେ ଏଥିପାଇଁ ବ୍ୟୟବରାଦ କରିବା ହିଁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧାତାକୁ ଦର୍ଶାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+