ସନ୍ଧ୍ୟାରେ ଓଡିଶା ଇନଭେଷ୍ଟର୍ସ ମିଟ୍: ନିବେଶଙ୍କୁ ନିମନ୍ତ୍ରଣ ଦେବେ ନବୀନ

ଆଜି ସନ୍ଧ୍ୟାରେ ଓଡିଶା ନିବେଶକ ସମ୍ମିଳନୀ ବା ଓଡିଶା ଇନଭେଷ୍ଟର୍ସ ମିଟ । ଦୁବାଇ, ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ପରେ ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ ।

ବେଙ୍ଗାଲୁରୁ: ଆଜି ସନ୍ଧ୍ୟାରେ ଓଡିଶା ନିବେଶକ ସମ୍ମିଳନୀ ବା ଓଡିଶା ଇନଭେଷ୍ଟର୍ସ ମିଟ । ଦୁବାଇ, ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ପରେ ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ । ନିବେଶଙ୍କୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆସ ପୁଞ୍ଜିନିବେଶ କର । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କାହିଁକି ପ୍ରକୃଷ୍ଠ ସ୍ଥାନ, ସେ ନେଇ ନିବେଶଙ୍କୁ ବୁଝାଇବେ ନବୀନ ।

Odisha Investors Meet

ନିବେଶକ ସମ୍ମିଳନୀରେ ଆଇଟି ସହ ଇଏସଡିଏମ୍, ଟେକ୍ସଟାଇଲ୍ ଆପାରେଲ୍, ଫୁଡ ପ୍ରୋସେସିଂ, ଇ-ଭେହିକିଲ୍, ଅଟୋ ଆଣ୍ଡ ଅଟୋ କମ୍ପୋନେଟ, ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରକୁ ଫୋକସ୍ କରାଯାଇଛି । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ମିଳିତ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ହୋଟେଲ ତାଜ ୱେଷ୍ଟ ଏଣ୍ଡରେ ସନ୍ଧ୍ୟାରେ ଏହି ବୈଠକରେ 500 ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଏବଂ ନିବେଶକ ଯୋଗଦେବେ ବୋଲି ଆଶା କରାଯାଉଛି ।

ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ସମ୍ବୋଧିତ କରିବେ ଏବଂ ରାଜ୍ୟର ଫ୍ଲାଗସିପ୍ ନିବେଶ ସମ୍ମିଳନୀ, ମେକ୍ ଇନ୍ ଓଡିଶା କନକ୍ଲେଭ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିବେ। ଏଥି ନିମନ୍ତେ ଓଡିଶାରୁ ବେଙ୍ଗାଲୁରୁ ଯାଇଥିବା ରାଜ୍ୟ ସରକାରଙ୍କ ପ୍ରତିନିଧୀ ଦଳରେ ରହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ କୁମାର ମିଶ୍ର, ଏବଂ ଷ୍ଟାର୍ଟ ଅପ୍ ଓଡିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ଼ ଓମକର ରାୟ।

ଗତକାଲି ୱିପ୍ରୋର ଅଧ୍ୟକ୍ଷ ଅଜିମ୍ ପ୍ରେମ୍‌ଜୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ବେଳେ ‌ଗୋଲ୍‌ଡେନ୍‌ ହାଚେରିର ପ୍ରତିଷ୍ଠାତା ସଇଦ ଫହାଦ, ୯୧ ସ୍ପ୍ରିଙ୍ଗ୍‌ବୋର୍ଡର ସହ ପ୍ରତିଷ୍ଠାତା ବରୁଣ ଚାୱଲା ଓ ପ୍ରଣୟ ଗୁପ୍ତା, ଡୋଲ୍‌ଲା ଡେରିର ନିର୍ଦେଶକ ଏଏମ୍ଏସ୍‌ ରେଡ୍ଡି, ନନ୍ଦୀ ପାୱାରଟ୍ରୋନିକ୍ସର ଏମ୍‌ଡି ଏଚ୍‌ ଏନ୍ ରାମକ୍ରିଷ୍ଣୟା, ନେଷ୍ଟ୍‌ଆୱେର ଏମ୍‌ଡି ଅମରେନ୍ଦ୍ର ସା‌ହୁ, ମର୍ଲିନହକ୍ ଏରୋସ୍ପେସ୍‌ର ନିର୍ଦେଶକ ‌ଜାବି ଜୋସେଫ୍ ଆଣ୍ଡ୍ରୋଥ୍‌, ଏମ୍‌ଭିଏମ୍‌ ଇଣ୍ଡଷ୍ଟ୍ରିଜ୍‌ର ନନ୍ଦ ଭେଙ୍କଟ ରାଓ ଏବଂ ଶର୍ବାଣୀ ଏନର୍ଜିର ଏମ୍‌ଡି ଏନ୍ ପ୍ରଶାନ୍ତ ରାଓ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ସମ୍ମିଳନୀରେ ଆଇଟି କମ୍ପାନିର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଆଲୋଚନାରେ କରିବେ। ସେଥିରେ ଆଇବିଏମ୍‌ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା, ୱିପ୍ରୋ-ଜିଇ ହେଲ୍‌ଥକେୟାରର ସିଇଓ ଡକ୍ଟର ଶ୍ରବଣ ସୁବ୍ରମଣ୍ୟନ, ଏବିବି ଲିମିଟେଡ୍‌ର ସିଏଫ୍‌ଓ ଟି କେ ଶ୍ରୀଧର, ଟିଟିକେ ପ୍ରେଷ୍ଟିଜ୍‌ର ସିଏଫ୍‌ଓ ସରାୟଣ ପି, ଇଣ୍ଡୋ ନିସିନ୍ ଫୁଡ୍‌ସର ଏମ୍‌ଡି ଗୌତମ ଶର୍ମା, ପେଜ୍‌ ଇଣ୍ଡଷ୍ଟ୍ରିଜ୍‌ର ସିଇଓ ଭି ଏସ୍‌ ଗଣେଶ, ହାପିଏଷ୍ଟ୍‌ ମାଇଣ୍ଡ୍‌ସର ସିଏଫ୍‌ଓ ଭେଙ୍କଟରମଣ ଏନ୍‌, କଟନ୍ ୱାର୍ଲଡ୍‌ର ଏମ୍‌ଠି ବି ଏନ୍‌ ମୋନପ୍ପା, ୱା‌ଣ୍ଡେର୍ଲାର ଏମ୍‌ଡି ଅରୁଣ ଚିତ୍ତପାଲ୍ଲି ଏବଂ ଇଣ୍ଡିଆନ୍ ଷ୍ଟିଚେସ୍‌ର ସିଏମ୍‌ଡି ବିଶାଲ ସେହଗଲ ଭାଗ ନେବେ। ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ରେ ଭାଗ ନେବା ଲାଗି ନିବେଶକମାନଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରୁଛନ୍ତି ।

ଏଥି ସହିତ ସେ ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେସ୍ ଓ ପ୍ରତିରକ୍ଷା ଓ ସ୍ବାସ୍ଥ୍ୟ ସେବାରେ ରହିଥିବା ସମ୍ଭାବନାକୁ ନେଇ ନିବେଶକମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ବ୍ୟବସାୟ ବାତାବରଣକୁ ଅନୁକୂଳ ଓ ସୁଗମ କରିବା ଲାଗି ରାଜ୍ୟ ସରକାର ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିବେଶକମାନଙ୍କୁ ଅବଗତ କରିବେ। ରାଜ୍ୟରେ ରହିଥିବା ବନ୍ଦର, ସୁଦୀର୍ଘ ଉପକୂଳକୁ ନେଇ ରହିଥିବା ବ୍ୟବସାୟ ସମ୍ଭାବନା ବିଷୟରେ ଜଣାଇବେ। ଏହା ବ୍ୟତୀତ ଆଇଟି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ର, ଇ-ଯାନ, ଇଏସ୍‌ଡିଏମ୍, ଅଟୋମୋବାଇଲ୍‌ ଓ ଅଟୋ ଉପକରଣ, ବୟନ ଓ ପୋଷାକ, ଏରୋସ୍ପେସ୍ ଓ ପ୍ରତିରକ୍ଷା ଏବଂ ଖାଦ୍ୟ ପ୍ରକ୍ରିୟାକରଣରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ବିଷୟରେ ମଧ୍ୟ ‌ସେ ନିବେଶକମାନଙ୍କୁ ଜଣାଇବେ ଏବଂ ଓଡ଼ିଶାରେ ନିବେଶ କରିବାକୁ ଆହ୍ବାନ କରିବେ।

ଓଡ଼ିଶାରେ ଦୀର୍ଘ ସମୁଦ୍ର ତଟ ସହ ଧାମରା, ପାରାଦ୍ୱାପ, ଗୋପାଳପୁର ପରି ବୃହତ୍‍ ବନ୍ଦର ଶିଳ୍ପପତିମାନଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି। ଓଡ଼ିଶା ଓ ଏହାର ବନ୍ଦରଗୁଡ଼ିକ ବର୍ତ୍ତମାନ ପୂର୍ବ ଓ ଦକ୍ଷିଣପୂର୍ବ ଏସିଆର ପ୍ରବେଶପଥର ମାନ୍ୟତା ପାଇଛି। ରାଜ୍ୟ ସରକାର ଉପରୋକ୍ତ ବନ୍ଦରଗୁଡ଼ିକର ଭିତ୍ତିଭୂମି ଉନ୍ନୟନ ପାଇଁ ବହୁ ପଦକ୍ଷେପ ନେଉଥିବା ବେଳେ ଏହି ବନ୍ଦର ଭିତ୍ତିକ ଶିଳ୍ପ ଅନୁକୂଳ ବାତାବରଣ ଉପରେ ମୁଖ୍ୟମନ୍ତ୍ରୀ ଫୋକସ୍‍ କରିପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+