Get Updates
Get notified of breaking news, exclusive insights, and must-see stories!

ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’: ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆରମ୍ଭ ହେଲା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁମ୍ବାଇ: ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆରମ୍ଭ ହେଲା 'ଓଡ଼ିଶା ଇନଭେଷ୍ଟର୍ସ ମିଟ୍'। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଓ 'ଓ୍ୱାରେ ଇଞ୍ଜିନିୟର୍ସ ଲିଃ.'ର ଅଧ୍ୟକ୍ଷ ହିତେଶ ଚିମନଲାଲ ଦୋଶୀଙ୍କୁ ଭେଟିଛନ୍ତି। ଓଡ଼ିଶାରେ ଥିବା ପୁଞ୍ଜିନିବେଶ ସୁଯୋଗ ନେଇ ଦୁଇ ବିଜନେସ ଟାଇକୁନଙ୍କ ସହ ଆଲୋଚନା କରିଛନ୍ତି ।

Odisha Investors Meet

ସେହିପରି ଏସବିଆଇ ଚେୟାରମ୍ୟାନ୍‌ ଦୀନେଶ କୁମାର ଖନ୍ନା, ଓ୍ଵାରୀ ଇଞ୍ଜିନିୟର୍ସ ଲିମିଟେଡ୍‌ ଚେୟାରମ୍ୟାନ୍‌ ହିତେଶ ଦୋଶୀ, ଅପାର୍‌ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ଚୈତନ୍ୟ ଦେଶାୟୀ ପ୍ରମୁଖଙ୍କ ସହ ଓ୍ଵାନ୍‌ ଟୁ ଓ୍ଵାନ୍‌ ଆଲୋଚନା କରିଛନ୍ତି । ସେହିପରି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଚେୟାରମ୍ୟାନ୍‌ ଏସ୍‌. ଏସ୍‌. ମୁନ୍ଦ୍ରା, ସୁପ୍ରିମ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଚେୟାରମ୍ୟାନ୍‌ ଏମପି ଟାପରିଆ, ଜେଏମ୍‌ ବକ୍ସିର ଚେୟାରମ୍ୟାନ୍‌ ଧ୍ରୁବ କୋଟାକ, ରାଲସେନ୍‌ ଏଣ୍ଡ ଟର୍ବୋର ହୋଲ୍‌ ଟାଇମ୍‌ ଡିରେକ୍ଟର ଡି. କେ. ସେନ୍‌, ଏସଟିଟି ଡିଜିସି ଇଣ୍ଡିଆ ସିଏଫଓ ବିମଳ ଖଣ୍ଡେଲଓ୍ଵାଲ୍‌ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

Odisha Investors Meet

ଏମାନଙ୍କ ବ୍ୟତୀତ ଏଚଡିଏଫ୍‌ସି ବ୍ୟାଙ୍କ କଣ୍ଟ୍ରି ହେଡ୍‌ ଅରବିନ୍ଦ ଭୋରା, ICICI ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝାଙ୍କ ସହ ବି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ଆଲୋଚନା ପରେ, ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସେଠାରେ ଓଡ଼ିଶାରେ ନିବେଶ ସୁଯୋଗ ଓ ଶିଳ୍ପ ଅନୁକୂଳ ବାତାବରଣ ବାବଦରେ ଅବଗତ କରାଯିବ । ସଂଧ୍ୟା ୭ଟାରେ 'ଓଡ଼ିଶା ଇନଭେଷ୍ଟର୍ସ ମିଟ୍' ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Odisha Investors Meet

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ୧୫ତାରିଖ ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ସକାଳ ୯ଟାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲୁ ଥିବାବେଳେ କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ୍‌ ବଜାଇବାର ପରମ୍ପରା ରହିଛି । ଚଳିତ ବର୍ଷ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ଯାଏଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ନିବେଶକଙ୍କୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗର ପ୍ରଚାର ପ୍ରସାର ପାଇଁ ଏହି ଗସ୍ତ କରୁଛନ୍ତି ନବୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+