ହାଇଦ୍ରାବାଦରେ ଓଡିଶା ନିବେଶକ ସମ୍ମିଳନୀ: ବିଭନ୍ନ ପୁଞ୍ଜିପତିଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ
ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଓଡିଶା ନିବେଶକ ସମ୍ମିଳନୀ । ଏହା ପୂର୍ବରୁ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ।
ହାଇଦ୍ରାବାଦ: ଏଠାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଓଡିଶା ନିବେଶକ ସମ୍ମିଳନୀ । ଏହା ପୂର୍ବରୁ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ତିନୋଟି ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି ।

ତେବେ ଆଜି ସକାଳେ ଓରାକଲ ଇଣ୍ଡିଆର ଏମଡି ଶିଲେନ୍ଦର କୁମାରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଓଡିଶାକୁ ଶିଳ୍ପ ପାଇଁ ଏକ ଅନୁକୂଳ ଗନ୍ତବ୍ୟସ୍ଥଳ କରିବା ନିମନ୍ତେ ରାଜ୍ୟ ସରକାର ଆଇଟି ପଲିସି 2022 ଦ୍ବାରା ନିବେଶକମାନଙ୍କୁ ଯୋଗାଉ ଥିବା ପ୍ରୋତ୍ସାହନ ବିଷୟରେ ଏମଡି ଶିଲେନ୍ଦର କୁମାରଙ୍କୁ ମୁଖ୍ୟମନ୍ତ୍ରୀ ବୁଝାଇଛନ୍ତି ।
ପରେ ପରେ ଆଜି ଆକ୍ସିସ ଏନର୍ଜି ସିଏମଡି କେ ରବୀ କୁମାର, ଚୁବର ସିଏଫଓ ଶ୍ରୀକାନ୍ତ ଲାଙ୍କା, ମେଘା ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକଚର ଲିଃର ଚେୟାରମ୍ଯାନ, ଜେଏଲଏଲର ଏମଡ଼ି ସନ୍ଦୀପ ପଟ୍ଟନାୟକ, ମହା ସିମେଣ୍ଟ ଏକ୍ସିକ୍ଯୁଟିଭ ଚେୟାର ମ୍ଯାନ ଜେ ରାଓ, ଶ୍ରୀମାଲାନି ଫୋମ୍ସ ପ୍ରା.ଲିଃର ଚେୟାରମ୍ଯାନ, ଏନଏସଏଲ ଗ୍ରୃପର ଚେୟାରମ୍ୟାନ ଏମ ପ୍ରଭାକର ରାଓ, ସିଜିଏସଏଲ୍ ନିର୍ଦ୍ଦେଶକ କେ ରାଘବରାମ, ଓରାକେଲ ଏମଡି- ଇଣ୍ଡିଆର ଶୈଳେନ୍ଦ୍ର କୁମାର, ମାଇକ୍ରୋସଫ୍ଟ ଏମଡି ରାଜୀବ କୁମାର ଓ ଭାରତ- ବାଇଓଟେକର ଚେୟାରମ୍ୟାନ ଡ. କ୍ରିଷ୍ଣା ଏମ. ଇଲାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ଏହି ବୈଠକରେ ବିଶେଷକରି ଆଇଟି ଓ ଆଇଟିଇଏସ୍, ହେଲଥ କେୟାର ଓ ଫାର୍ମାସ୍ଯୁଟିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଡାଉନଷ୍ଟ୍ରିମ୍, ପ୍ଲାଷ୍ଟିକ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରର ନିବେଶକୁ ବ୍ୟାପକ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଗାମୀ ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ବିପୁଳ ନିବେଶ ଆଣିବା ଓ ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ସଂଖ୍ୟାକୁ ଲକ୍ଷେରେ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି।












Click it and Unblock the Notifications