ନିଜ ଜନ୍ମଦିନରେ ହାଇଦ୍ରାବାଦ୍ ଯିବେ ମୁଖ୍ୟମନ୍ତ୍ରୀ
ଚଳିତ ମାସ ୧୭ ତାରିଖରେ ହାଇଦ୍ରାବାଦରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଫିକ୍କି ସହଯୋଗରେ ହେବାକୁ ଥିବା ଏହି ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଜଣାପଡ଼ିଛି ।
ଭୁବନେଶ୍ୱର: ଚଳିତ ମାସ ୧୭ ତାରିଖରେ ହାଇଦ୍ରାବାଦରେ 'ଓଡ଼ିଶା ଇନଭେଷ୍ଟର୍ସ ମିଟ୍' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଫିକ୍କି ସହଯୋଗରେ ହେବାକୁ ଥିବା ଏହି ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଜଣାପଡ଼ିଛି । ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ । ଏହି ଦିନ ମୁଖ୍ୟମନ୍ତ୍ରୀଙ୍କର ହ୍ରାଇଦ୍ରାବାଦ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ଯ ଯେ, ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ 'ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ' ଅନୁଷ୍ଠିତ ହେବ । ଏଥି ନିମନ୍ତେ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ପରେ ହାଇଦ୍ରାବାଦରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ନିବେଶକଙ୍କ ସହ ୱାନ-ଟୁ-ୱାନ୍ ବୈଠକ ଓ ନିବେଶକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ ।
ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୭ତାରିଖରେ ନିବେଶକ, ଶିଳ୍ପପତି ଓ ବିଭିନ୍ନ ବ୍ୟବସାୟିକ କମ୍ପାନୀର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ ମଧ୍ୟ କରିବେ। ଗତ ସେପ୍ଟେମ୍ବର ୨୮ତାରିଖରେ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ଶିଳ୍ପପତିମାନଙ୍କୁ ଭେଟିବା ସହ ମେକ୍ ଓଡ଼ିଶା କନକ୍ଳେଭକୁ ଆମନ୍ତ୍ରଣ କରିଥିଲେ ।












Click it and Unblock the Notifications