ହାଇଦ୍ରାବାଦରେ ଓଡିଶା ନିବେଶକ ସମ୍ମିଳନୀ: ୩୭ଟି କମ୍ପାନୀର ନିବେଶକଙ୍କ ସହ ଆଲୋଚନା କଲେ ନବୀନ
ହାଇଦ୍ରାବାଦରେ ନିବେଶକଙ୍କ ସହ ମୁଖମନ୍ତ୍ରୀ ଆଲୋଚନା କରିଛନ୍ତି । ୫ ଘଣ୍ଟାରେ ୩୭ରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ଫୋକସରେ ଆଇଟି, ହେଲଥ, ଫାର୍ମା ଓ ମେଟାଲ ସେକ୍ଟର ।
ଭୁବନେଶ୍ବର: ହାଇଦ୍ରାବାଦରେ ନିବେଶକଙ୍କ ସହ ମୁଖମନ୍ତ୍ରୀ ଆଲୋଚନା କରିଛନ୍ତି । ୫ ଘଣ୍ଟାରେ ୩୭ରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ଫୋକସରେ ଆଇଟି, ହେଲଥ, ଫାର୍ମା ଓ ମେଟାଲ ସେକ୍ଟର । ତିନୋଟି ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ବିଶେଷକରି ମାଇକ୍ରୋସଫ୍ଟର ବରିଷ୍ଠ ଅଧିକାରୀ, ଭାରତ ବାୟୋଟେକ, ଆରୋରା କ୍ୟାପିଟାଲ, ତୋଷାଳି ସିମେଣ୍ଟ, ଆକ୍ସିସ ଏନର୍ଜି ଗ୍ରୁପ, ମହାସିମେଣ୍ଟ, ସ୍କାଲାର ଗ୍ରୁପ , ମଞ୍ଜିରା ଗ୍ରୁପ ଭଳି ୩୭ଟି ବଡ ବଡ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ୫ଟାରୁ ସନ୍ଧ୍ୟା ୬.୧୫ ଯାଏଁ ଉଦ୍ୟୋଗପତି, ଫିକିର ରାଜ୍ୟ ପ୍ରତିନିଧିମଣ୍ଡଳଙ୍କ ସହ ଆଲୋଚନା କରିଛନ୍ତି ।
ଓଡ଼ିଶା ଏବେ ଟେକ-ଅଫ ସ୍ତରରେ ଅଛି ଅର୍ଥାତ ଉଡ଼ିବା ଆରମ୍ଭ କରିଛି ଓ ଆସନ୍ତା ୧୦ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାସଲ କରିବ ବୋଲି ହାଇଦ୍ରାବାଦରେ ନିବେଶକ ଓ ଶିଳ୍ପପତିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବରେ ହେବାକୁ ଥିବା ମେକ-ଇନ-ଓଡ଼ିଶା ସମ୍ମିଳନୀ ପୂର୍ବରୁ ହାଇଦ୍ରାବାଦରେ ସୋମବାରଦିନ ଏକ ରୋଡ ସୋ ଅନୁଷ୍ଠିତ ହୋଇଛି । ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି ।

ସୂଚନାଥାଉ କି, ଏହାପୂର୍ବରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଓ ଦୁବାଇରେ ନିବେଶକ ସମ୍ମିଳନୀ ହୋଇଛି । ଆଗକୁ ମେକ୍ ଇନ ଓଡିଶାର ତୃତୀୟ ସଂସ୍କରଣ ରହିଛି । ତେଣୁ ତା ଆଗରୁ ରାଜ୍ୟ ବାହାରକୁ ଯାଇ ନିବେଶକଙ୍କୁ ଓଡିଶାକୁ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି ।
ଦେଶର ପ୍ରମୁଖ ଆଇଟି କମ୍ପାନିମାନେ ଓଡ଼ିଶାରେ ନିଜର ଅଫିସମାନ ସ୍ଥାପନ କରିଛନ୍ତି । ଓଡ଼ିଶା ଷ୍ଟାର୍ଟଅପ ବାତାବରଣକୁ ଉନ୍ନତ କରିବାରେ ଲାଗିଛି । ଆହୁରି ମଧ୍ୟ ମାନୁଫାକଚରିଂ ଉଦ୍ୟୋଗରେ ନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଆଗୁଆ ରହିଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଇଜ ଅଫ ଡୁଇଙ୍ଗ ବିଜନେସରେ ଓଡ଼ିଶା ଆଚିଭର୍ସ ମାନ୍ୟତା ହାସଲ କରିଛି ବୋଲି ସେ କହିଛନ୍ତି ।












Click it and Unblock the Notifications