ଓଡ଼ିଶାର ଶିଳ୍ପନୀତି ଓ IT ନୀତି ପ୍ରଗତିଶୀଳ: ପ୍ରତାପ ଦେବ
ଶିଳ୍ପମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଶିଳ୍ପନୀତି ଓ IT ନୀତି ପ୍ରଗତିଶୀଳ । ଷ୍ଟାର୍ଟ ଅଫ ଓ ନିବେଶ କ୍ଷେତ୍ରରେ ଓଡ଼ିଶାର ସଫଳତା ସେ ଉଲ୍ଲେଖ କରିଛନ୍ତି । ପ୍ରଯୁକ୍ତି ବିଦ୍ୟାର ନୂତନ ପ୍ରୟୋଗ ଆମ ଜୀବନ ଧାରା ଓ ନିବେଶକୁ ପ୍ରଭାବିତ କରିଛି ।
ଭୁବନେଶ୍ୱର: ଫ୍ୟୁଚର ଆଇଟି ସମିଟ-ଏସିଆ ଏବଂ ଇଏସଜି ସମିଟ୍-୨୦୨୨, ଭୁବନେଶ୍ୱର ଶାଖା ଦ୍ୱାରା ସ୍ଥାନୀୟ ଆଇଟିସି ହୋଟେଲରେ ଆୟୋଜିତ ହୋଇଯାଇଛି । ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ରୂପେ ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ବିଶିଷ୍ଟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।

ଏହି ଅବସରରେ ଶିଳ୍ପମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଶିଳ୍ପନୀତି ଓ IT ନୀତି ପ୍ରଗତିଶୀଳ । ଷ୍ଟାର୍ଟ ଅଫ ଓ ନିବେଶ କ୍ଷେତ୍ରରେ ଓଡ଼ିଶାର ସଫଳତା ସେ ଉଲ୍ଲେଖ କରିଛନ୍ତି । ପ୍ରଯୁକ୍ତି ବିଦ୍ୟାର ନୂତନ ପ୍ରୟୋଗ ଆମ ଜୀବନ ଧାରା ଓ ନିବେଶକୁ ପ୍ରଭାବିତ କରିଛି । ଓଡ଼ିଶା ସରକାର ପ୍ରଯୁକ୍ତି ବିଦ୍ୟା ଓ ଟେକ୍ନୋଲୋଜିର ପ୍ରୟୋଗରେ ସାଧାରଣ ନାଗରିକଙ୍କ ପାଇଁ ସେବା ବ୍ୟବସ୍ଥା ସହଜ କରିଛନ୍ତି । ଉତ୍ତମ ଶିଳ୍ପନୀତି ଦ୍ୱାରା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଓଡ଼ିଶା ବୃହତ ପୁଞ୍ଜିନିବେଶକୁ ଆକୃଷ୍ଟ କରିପାରିଛି। ଆଗାମୀ ଦିନରେ ଏହି ପୁଞ୍ଜିନିବେଶ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଆଶାବାଦୀ ଥିବା ଉଲ୍ଲେଖ କରିଥିଲେ।
ସେହିପରି ବରିଷ୍ଠ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ପ୍ରଯୁକ୍ତି ବିଦ୍ୟାର ନୂତନ ପ୍ରୟୋଗ ଆମ ଜୀବନଧାରା ଓ ନିବେଶକୁ କିଭଳି ପ୍ରଭାବିତ କରିଛି। ନବୀନଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ରାଜ୍ୟରେ କିଭଳି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ସାଧାରଣ ନାଗରିକଙ୍କ ପାଇଁ ସେବା ବ୍ୟବସ୍ଥା, ସାଇବର ସିକ୍ୟୁରିଟି କେନ୍ଦ୍ର ସହ, ଭବିଷ୍ୟତ ଆଇଟି, କୃତ୍ରିମ ବୁଦ୍ଧିମତାର ପ୍ରୟୋଗ, ଏଥିପାଇଁ ସ୍ଥାପନା କରାଯାଉଥିବା ସଂସ୍ଥା ସମ୍ପର୍କରେ ସେ କହିଥିଲେ ।
କାର୍ଯ୍ୟକ୍ରମକୁ ତୁଷାର ସାହୁ, ସନ୍ଦୀପ ଶିବଲ, ରନୋକ ସାମନ୍ତରାୟ ସଂଯୋଜନା କରିଛନ୍ତି । ଉଦଘାଟନୀ ସମାରୋହ ପରେ ଟେକ୍ନିକାଲ ପରବର୍ତ୍ତୀ ଅଧିବେଶନ ଗୁଡିକରେ Future IT ଓ ESG ର ବିଭିନ୍ନ ଦିଗନ୍ତ ଉପରେ ବିଶେଷଜ୍ଞ, ଉଦ୍ୟୋଗୀ, ଆସୋସିଏସନର କର୍ମକର୍ତ୍ତାମାନେ ମତ ବିନିମୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ Business Transformation Asia ପୁସ୍ତକ ଉନ୍ମୋଚନ କରାଯାଇଛି ।












Click it and Unblock the Notifications