ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରସ୍ତୁତି ଶେଷ

Independence Day 2022 Parade:ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ନିମନ୍ତେ ଅଭ୍ୟାସ ଶେଷ

ଭୁବନେଶ୍ୱର: ଆଉ ଦିନକ ପରେ ଦେଶ ପାଳିବ ୭୬ତମ ସ୍ୱାଧୀନତା ଦିବସ । ଏଥିପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଆଜି ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଫୁଲ୍ ଡ୍ରେସ୍ ପରେଡ ଅଭ୍ୟାସର ଶେଷ ଦିନ ଥିଲା । ଆଜି ପୁଲିସ ଡିଜିଙ୍କ ଉପସ୍ଥିତିରେ ଫୁଲ୍ ଡ୍ରେସ୍ ରିହରର୍ସାଲ କରାଯାଇଥିଲା ।

Independence Day

ତେବେ ଚଳିତ ବର୍ଷ ପରେଡରେ ୩ ଟି କଣ୍ଟିନଜେଣ୍ଟ ଭାଗ ନେବେ। ସେହିପରି ଚଳିତ ଥର ପରେଡରେ ନେତୃତ୍ୱ ନେବେ କେସିଙ୍ଗା ଏସଡିପିଓ ଅଭିନବ ଶୋନକର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ।

2

କରୋନା ପାଇଁ ଚଳିତ ବର୍ଷ ମଧ୍ୟ ଛତ୍ରଛାତ୍ରୀ ଭାଗ ନେବେ ନାହିଁ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କରାଯିବ । ପୁରା ପରେଡ ଗ୍ରାଉଣ୍ଡରେ ସିସିଟିଭି ଲଗାଯାଇଛି । ଲୋକଙ୍କ ଭିଡ଼ ଓ ସୁରକ୍ଷାକୁ ନଜରରେ ରଖି ଗ୍ରାଉଣ୍ଡରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ତେବେ ପ୍ରଦର୍ଶନୀ ପଡ଼ିଆରେ ୨ ସ୍ତରୀୟ ଓ ବାହାରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ପୁଲିସ କମିସନର ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+