ପ୍ରବଳ ଶୀତରେ ଥୁରୁ ଥୁରୁ ଓଡ଼ିଶା; ଶୀତ ଲହରି ନେଇ ଏହି ଜିଲାକୁ ୟେଲୋ ଓ୍ବାର୍ନିଂ
ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରି ଜାରି ରହିଛି । ଶନିବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୦.୫ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୭.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ୧୮ରୁ ୨୦ ତାରିଖ ମଧ୍ୟରେ ୩ରୁ ୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ତେବେ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘନ କୁହୁଡ଼ି ସହ ଶୀତ ଲହରି ଥରାଇବ । ୧୫ ତାରିଖରେ କଳାହାଣ୍ଡି ଓ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଏଥିପାଇଁ ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ସେହିପରି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାରେ ୧୫ ଓ ୧୬ ତାରିଖରେ ଶୀତ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଛି ।
ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଜି.ଉଦୟଗିରିରେ ୫.୨ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି ପାରଦ। ଅସମ୍ଭାଳ ଶୀତରେ ଜନ ଜୀବନ ପ୍ରଭାବିତ ହୋଇଛି। ରାଉରକେଲା ୭.୨ ଡିଗ୍ରୀରେ ରହିଛି। ୧୫ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଆଜିବି ଶୀତର ପ୍ରକୋପ ଜାରି ରହିବ। ରାଉରକେଲାରେ ୭ ଡିଗ୍ରୀ, ଝାରସୁଗୁଡା, କେନ୍ଦୁଝର ଓ ଝାରସୁଗୁଡାରେ ରାତି ତାପମାତ୍ରା ୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେହିପରି, ବି ରାଉରକେଲାରେ ୭ ଡିଗ୍ରୀ ରହିବ। ଝାରସୁଗୁଡା, ଫୁଲବାଣୀ, ବୌଦ୍ଧ ଓ ଅନୁଗୁଳରେ ରାତି ତାପମାତ୍ରା ୯ ଡିଗ୍ରୀ ତାପମାତ୍ରା ରହିବାର ସମ୍ଭାବନା ରହିଛି। ୧୭ ତାରିଖରୁ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ଝାରସୁଗୁଡା, ଗଂଜାମ, କଳାହାଣ୍ତି, ର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି଼ ହେବାର ସମ୍ଭାବନା ରହିଛି। କୋରାପୁଟ, କନ୍ଧମାଳ ,ସୁନ୍ଦରଗଡ ଓ ସମ୍ବଲପୁରରେ ଅଧିକ ଘନ କୁହୁଡି଼ ନେଇ ସତର୍କତା ଜାରି ହୋଇଛି। ଶୁକ୍ରବାର ରାତିରେ ଝାରସୁଗୁଡାରେ ୮ ଡିଗ୍ରୀ, କିରେଇରେ ୮.୮ ଡିଗ୍ରୀ, ସିମିଳିଗୁଡା ଓ ଫୁଲବାଣୀରେ ୯, ସୁନ୍ଦରଗଡରେ ୧୦, ବୌଦ୍ଧରେ ୧୦.୨, ଦାରିଙ୍ଗିବାଡି, କେନ୍ଦୁଝର, ଓ ଅନୁଗୁଳରେ ୧୦,୬, ଭାବନୀପାଟଣାରେ ୧୧,କୋରାପୁଟ୍ ରେ ୧୧.୪, ବାରିପଦାରେ ୧୧.୬ ଡିଗ୍ରୀ ରେକର୍ଡ଼ କରାଯାଇଛି।












Click it and Unblock the Notifications