ଉଦ୍ୟାନ କୃଷି ବିଭାଗର ବଡ଼ ଲକ୍ଷ୍ୟ, ଚଳିତ ବର୍ଷ ବଣ୍ଟାଯିବ ୨୦ ଲକ୍ଷ ଚାରା

ଭୁବନେଶ୍ବର: ଉଦ୍ୟାନ କୃଷି ବିଭାଗର ବଡ଼ ଲକ୍ଷ୍ୟ । ୨୦୨୩-୨୪ ବର୍ଷ ବଣ୍ଟାଯିବ ୨୦ ଲକ୍ଷ ଚାରା । ଚଳିତ ବର୍ଷ ଖରିଫ ଫସଲ ପାଇଁ ଏହି ଯୋଜନା ପ୍ରସ୍ତୁତ କରିଛି ବିଭାଗ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଚ୍ଚସ୍ତରୀୟ ବୈଠକରେ ଖରିଫ୍‌ ରତୁରେ ଉଦ୍ୟାନ କୃଷି ବିଭାଗର ପ୍ରଦର୍ଶନକୁ ବହୁଗୁଣିତ କରିବା ପାଇଁ ଲକ୍ଷ୍ଯ ରଖାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତିର ପ୍ରୟୋଗ କରି ଖରିଫ୍‌ ରତୁରେ ୩ ହଜାର ହେକ୍ଟର ଜମିରେ ପିଆଜ ଚାଷ ୪ ହଜାର ୫ଶହ ହେକ୍ଟର ଜମିରେ ଆଳୁ ଚାଷ ଓ ୨ ହଜାର ୫ ଶହ ହେକ୍ସର ଜମିରେ ପନିପରିବା ଚାଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖୁଛନ୍ତି ।

Odisha Horticulture Department

"ପର୍‌ ଡ୍ରପ୍‌ ମୋର କ୍ରପ୍‌ ମିଶନରେ ରାଜ୍ୟର ୪୦ ହଜାର ହେକ୍ତର ଜମିରେ କେବଳ ଉଦ୍ୟାନ କୃଷି ଫସଲ ଉଦ୍ଦେଶ୍ୟରେ ଅଣୁ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ସେହିଭଳି ଫଳ ଉତ୍ପାଦନ ପାଇଁ ୨୮ ହଜାର ୧୭୦ ହେକ୍ସର ଜମିରେ ଚାଷ କରାଯିବ । ଇନପୁଟ୍‌ ସବସିଡି ବାବଦକୁ ଉଦ୍ୟାନ କୃଷି ବିଭାଗ ୧୯ ଲକ୍ଷ ୮୦ ହଜାର ଚାରା ବଣ୍ଟନ କରିବେ । ଛତୂ ମିଶନ ଅଧୀନରେ ୮ ହଜାର ୩୫୦ ମହିଳା ସ୍କର୍ଫ ସହାୟକ ଗୋଷ୍ଠୀଙ୍କୁ ସରକାରୀ ପ୍ରୋସ୍ରାହନ ରାଶି ପ୍ରଦାନ କରାଯିବ ।

କଞ୍ଚାଲଙ୍କା, ଧନିଆ, ଅଦା ଓ ହଳଦୀ ଭଳି ମସଲା ଜାତୀୟ ଫସଲକୁ ମସଲା ମିଶନରେ ପ୍ରୋସ୍ରାହିତ କରାଯିବ । ରାଜ୍ୟର ୪୦ ହଜାର ହେକ୍ତରରୁ ଜମିରେ ମସଲା ମିଶନ କାର୍ଯ୍ୟକ୍ଷମ ହେବ । ସେହିଭଳି ଜାତୀୟ କୃଷି ଉଦ୍ୟାନ ମିଶନ ଅଧୀନରେ ରାଜ୍ୟ ସରକାର ୨୭୪୫ ହେକ୍ମର ଜମିରେ ଫଳ ଚାଷ ୪ ହଜାର ୫ଶହ ହେକ୍ସର ଜମିରେ ଶଙ୍କର ଜାତୀୟ ପନିପରିବା ଚାଷ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ସେହିଭଳି ସ୍ବଳ୍ପ ବ୍ୟୟରେ ୨୫ ମେଟ୍ରିକ୍‌ ଟନ୍‌ କ୍ଷମତା ୨ଶହଟି ପିଆଜ ସଂରକ୍ଷଣ ଭିଭିଭୂମି ନିର୍ମାଣ କରାଯିବ। ୩ଶହ ହେକୁର ସ୍ଫାନରେ ପ୍ଲାଶ୍ଚିକ୍‌ ମଲଟିଂ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହା ସହ ରାଜ୍ୟରେ ୭୦ ହଜାର ବର୍ଗ ମିଟରର ଟୁବୁଲାର ପଲି ହାଉସ୍‌ ନିର୍ମାଣ କରାଯିବ । ସେହିଭଳି ୮୪୦ ହେକ୍ଟର ଜମିରେ ଫୁଲ ଚାଷ କରାଯିବ । ଏହା ସମେତ ଏକ ହଜାର ହେକ୍ସର ଜମିରେ ପାମ୍‌ ତେଲ ଉପ୍ପାଦନ କରାଯିବ ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସ୍ଵଷ୍ଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+