Get Updates
Get notified of breaking news, exclusive insights, and must-see stories!

ଝଡ଼ର ଘର ଓଡିଶା: ଗତ ୨୩ ବର୍ଷରେ ଉପକୂଳ ଛୁଇଁଛି ୧୦ ବାତ୍ୟା

ବିଗତ ୨୩ ବର୍ଷରେ ଓଡିଶା ଉପକୂଳ ଚୁମିଥିବା ୧୦ ବାତ୍ୟାକୁ ନେଇ ଆମର ଏହି ସ୍ପେଶାଲ ରିପୋର୍ଟ- " ଝଡ଼ର ଘର ଓଡିଶା "...

List of Cyclone in Odisha (ପ୍ରବୀର ଶତପଥି): ପ୍ରାକୃତିକ ବିପର୍ଯ୍ୟୟର ଠିକଣା ବୋଧେ ଓଡିଶା । ବଙ୍ଗୋପସାର ବା ଆଣ୍ଡାମାନ ସାଗାର ହେଉ, ସମୁଦ୍ରର ଗଭୀରରେ ଉଠୁଥିବା ଘୂର୍ଣ୍ଣିଝଡ଼ ପ୍ରତିଥର ହିଁ ଓଡିଶା ଉପକୂଳ ମୁହାଁ ହୋଇଛି । ୧୯୯୯ ମହାବାତ୍ୟାଠୁ ଏବେ ଓଡିଶା ଉପକୂଳ ଚୁମିଛି ୧୦ ବାତ୍ୟା । ଅର୍ଥାତ ଗତ ୨୩ ବର୍ଷରେ ୧୦ ଓଡିଶା ଦେଖିଛି ପ୍ରକୃତିର କରାଳ ରୂପ । ଆଉ ଚଳିତ ବର୍ଷ ମଧ୍ୟ ଓଡିଶା ସାଗର ଗର୍ଭରେ ପଇଁତରା ମରିଲାଣି ବାତ୍ୟା 'ଅସାନି' ।

ତେବେ ବିଗତ ୨୩ ବର୍ଷରେ ଓଡିଶା ଉପକୂଳ ଚୁମିଥିବା ୧୦ ବାତ୍ୟାକୁ ନେଇ ଆମର ଏହି ସ୍ପେଶାଲ ରିପୋର୍ଟ- " ଝଡ଼ର ଘର ଓଡିଶା "....

List of Cyclone in Odisha

୧. ୧୯୯୯ ମହାବାତ୍ୟା

୧୯୯୯ ଓଡ଼ିଶା ମହାବାତ୍ୟା ଉତ୍ତର ଭାରତ ମହାସାଗରରେ ସବୁଠାରୁ ଶକ୍ତିଶାଳୀ ବାତ୍ୟା ଭାବେ ରେକର୍ଡ ହୋଇଥିଲା। ୨୯ ଅକ୍ଟୋବରରେ ଓଡିଶାରେ ଲ୍ୟାଣ୍ଡଫଲ କରିଥିଲା ​​ଏହି ବାତ୍ୟା । ଖବର ଅନୁଯାୟୀ, ଏହି ଘୂର୍ଣ୍ଣିବଳୟରେ ପ୍ରାୟ ୯୮୮୭ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ବିସ୍ଥାପିତ ହୋଇଥିଲେ। ବାତ୍ୟାର ପ୍ରଭାବରେ ଅନେକ ମହାମାରୀର ଶିକାର ହୋଇଥିଲେ ରାଜ୍ୟବାସୀ। ପରିବାର ଓ ଅନେକ ଆତ୍ମୀୟସ୍ଵଜନଙ୍କୁ ହରାଇଥିଲେ ଅନେକ ଓଡ଼ିଆ। ମହାବାତ୍ୟା ମାତ୍ର ୩୦ ଘଣ୍ଟାରେ ଧ୍ଵଂସ କରିଦେଇଥିଲା ଅନେକ ଘରଦ୍ୱାର ଓ ନେଇ ଯାଇଥିଲା ଅନେକଙ୍କ ପ୍ରାଣ।

୨. ୨୦୧୩ ଫାଇଲିନ୍

୧୯୯୯ ମହାବାତ୍ୟାର ବାର ପରେ ଓଡିଶାକୁ ଦେଖିଥିଲା ଆଉ ଏକ ମହାବାତ୍ୟା । ଯାହାର ନା ଥିଲା ଫାଇଲିନ୍ । ୨୦୧୩ ରେ ଏହା ଏକ ଶକ୍ତିଶାଳୀ ଘୂର୍ଣ୍ଣିବଳୟ ଥିଲା ଯାହା ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ଅବତରଣ କରିଥିଲା। ଏହା ବିଦ୍ୟୁତ୍ ଯୋଗାଣ, ଯୋଗାଯୋଗ ଏବଂ ପରିବହନ ବ୍ୟବସ୍ଥାକୁ ବ୍ୟାପକ ଭାବରେ ନଷ୍ଟ କରିଦେଲା । 12ଟି ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରାୟ 14,514 ଗାଁ ପ୍ରଭାବିତ ହୋଇଥିଲା । ମୁଖ୍ୟତ ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା । ତେବେ ବାତ୍ୟା ଫାଇଲିନ୍ ଅତ୍ୟନ୍ତ ତୀବ୍ର ଟ୍ରପିକାଲ୍ ସାଇକ୍ଲୋନନ୍ ଥିଲା । ଏହି ବାତ୍ୟାରେ ମୃତ୍ୟୁ ସଂଖ୍ୟା 45ରେ ପହଞ୍ଚିଥିଲା ।

୩. ୨୦୧୪ ହୁଡହୁଡ

ଅକ୍ଟୋବର 12 ତାରିଖରେ ବାତ୍ୟା ହୁଡହୁଡ ବିଶାଖାପାଟନମର ପୂର୍ବ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା ।ଯାହାଦ୍ଵାରା ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଓଡ଼ିଶା ମଧ୍ୟ ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲା । ଗଣମାଧ୍ୟମ ଏବଂ ସରକାରୀ ରିପୋର୍ଟ ଅନୁଯାୟୀ, ଏବି ବାତ୍ୟା ଯୋଗୁଁ 22 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 320ଟି ଗାଁର 2, 48,00 ରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଥିଲେ।

୪. ୨୦୧୮ ତିତିଲି

୧୦ ଅକ୍ଟୋବର ୨୦୧୮ରେ ଏହା ଆନ୍ଧ୍ରପ୍ରଦେଶର ପଲାସା ନିକଟ ଗୋପାଳପୁରର ଦକ୍ଷିଣ-ପଶ୍ଚିମ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା। ଫଳରେ ଓଡ଼ିଶାର 8ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରରେ ପ୍ରଭାବିତ ହୋଇଥିଲା। ପ୍ରବଳ ବର୍ଷା ଏବଂ ଝଡ଼ କାରଣରୁ ରାଜ୍ୟରେ ସମୁଦାୟ ୭୦ ଜଣଙ୍କର ମୃତ୍ୟୁ ହୋଇଥିଲା।

Cyclone

୫. ୨୦୧୯ ଫନି

ଓଡ଼ିଶା ଉପକୂଳରେ ଅତିଭୟଙ୍କର ରୂପ ନେଇଥିଲା ବାତ୍ୟା ଫନି। ମେ 3 ତାରିଖରେ ପୁରୀ ଉପକୂଳରେ ଏହା ଲ୍ଯାଣ୍ଡଫଲ କରିଥିଲା । ତେବେ କେବଳ ଲ୍ୟାଣ୍ଡଫଲ ନୂହେଁ ଏବା ପୁନଶ୍ଚ ପୁରୀ ଉପକୂଳ ଦେଇ ସମୁଦ୍ର ଭିତରକୁ ଫେରିଥିଲା । ଯାହା ଫଳରେ ପୁରୀ ସହରରେ ଅତ୍ୟନ୍ତ କ୍ଷୟକ୍ଷତି ହୋଇଥିଲା । କ୍ଷୟକ୍ଷତିର ପରିମାଣ 11,942 କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏହି ଘୂର୍ଣ୍ଣିବଳୟ ଜଙ୍ଗଲ ଏବଂ ପରିବେଶକୁ ବ୍ୟାପକ ଧ୍ୱଂସ କରି ଦେଇଥିଲା । ସରକାରୀ ସୂତ୍ର ଅନୁଯାୟୀ, ଫନିରେ 64 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 140,000 ହେକ୍ଟର ଫସଲ ପ୍ରଭାବ ହୋଇଥିଲା ଷ

୬. ୨୦୧୯ ବୁଲବୁଲ

୨୦୧୯ ବର୍ଷଠୁ ପ୍ରାୟ ପ୍ରତିବର୍ଷ ଗୋଟିଏ ବର୍ଷରେ ଓଡିଶା ଦୁଇ ଦୁଇଥର ବାତ୍ୟାର ସମୁଖ୍ଖୀନ ହେଉଛି । ଫନି ପରେ ସେହି ବର୍ଷ ନଭେମ୍ବର 9 ତାରିଖରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ନିକଟରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ବୁଲବୁଲ । ବୁଲବୁଲ୍ ଯୋଗୁଁ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । କାରଣ ରାଜ୍ୟରେ ଏହା ଧାନ ଅମଳ ସମୟ ହୋଇଥିବାରୁ ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହୋଇ ଯାଇଥିଲା ।

୭. ୨୦୨୦ ଆମ୍ଫାନ୍

ମେ ୨୦୨୦ରେ ପଶ୍ଚିମବଙ୍ଗର ସୁନ୍ଦରବନ୍ ନିକଟରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ଆମ୍ଫାନ୍ । ଓଡିଶା ଉପକୂଳରେ ମଧ୍ୟ ଏହା ବହୁତ କ୍ଷୟକ୍ଷତି ଘଟାଇଥିଲା । ଏହି ବାତ୍ୟା ପ୍ରଭାବରେ 9833ଟି ଗାଁ ଏବଂ 22ଟି ସହରାଞ୍ଚଳରେ 44.45 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ।

Cyclone

୮. ୨୦୨୧ ୟାସ୍

ମେ ୨୬ ରେ ଓଡିଶାର ଭଦ୍ରକ ଜିଲ୍ଲାର ଧାମରା ଏବଂ ପଶ୍ଚିମବଙ୍ଗର ହାଲଡିଆର ଦକ୍ଷିଣରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟାସ୍ । ଏହାର ପ୍ରଭାବରେ ପ୍ରାୟ ୧୩୦-୧୪୫ କିଲୋମିଟର ବେଗରେ ପବନ ବହିଥିଲା। ଏହା ପ୍ରଭାବରେ 11,000 ଗାଁରେ ପ୍ରାୟ 60 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ 610 କୋଟି ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଥିଲା ।

୯. ୨୦୨୧ ଗୁଲାବ

Cyclone

ମୌସୁମୀ ପରବର୍ତ୍ତୀ ସାଇକ୍ଲୋନନ୍ ଗୁଲାବର ଅବତରଣ ପ୍ରକ୍ରିୟା 26 ସେପ୍ଟେମ୍ବର 2021 ର ରାତି ପ୍ରାୟ 6 ଟାରୁ ଆରମ୍ଭ ହୋଇଥିଲା। ଏହା ଏକ ଟ୍ରପିକାଲ୍ ସାଇକ୍ଲୋନନ୍ ଥିଲା ଏବଂ ଏହାର ନାମକରଣ ପାକିସ୍ତାନ ଦ୍ବାରା ହୋଇଥିଲା । ଏହା ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିଥିଲା । ଏହା ଓଡିଶାର କଳିଙ୍ଗପାଟନମ ଏବଂ ଗୋପାଳପୁର ଦେଇ ଅତିକ୍ରମ କରିଥିଲା ।

୧୦. ୨୦୨୧ ଜୱାଦ୍

ଡିସେମ୍ବର 2021ରେ ଓଡ଼ିଶା ଉପକୂଳକୁ ଆଘାତ କରିବା ପୂର୍ବରୁ ଏହା କ୍ରମଶଃ ଦୁର୍ବଳ ହୋଇଯାଇଥିଲା । ମାତ୍ର ବାତ୍ୟା ଜୱାଦ୍ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଥିଲା । କାରଣ ବାତ୍ୟା ଜୱାଦର ଅବଶିଷ୍ଟାଂଶ ଉତ୍ତର-ଉତ୍ତର ଦିଗକୁ ପୁନର୍ବାର ବକ୍ର କରି ପାରାଦୀପରେ ପହଞ୍ଚିବା ପୂର୍ବରୁ ପୁରୀ ଉପକୂଳରେ ପହଞ୍ଚି ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+