ଆସିଲା ଗୃହ ବିଭାଗର ଶ୍ୱେତପତ୍ର: ଉପରମୁଁହା ଦୁଷ୍କର୍ମ, ଟେନସନ୍ ଦେଉଛି ସାଇବର୍‌ ଅପରାଧ

ଗୃହ ବିଭାଗର ଶ୍ୱେତପତ୍ର ଆସିଲା । ୨୦୨୪ରେ ମୋଟ୍‌ ଅପରାଧିକ ମାମଲା ୨ ଲକ୍ଷ ଟପିଛି ।

୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ଥିଲା ବେଳେ ୨୦୨୪ରେ ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରା‌ଧ ମାମଲା ସଂଖ୍ୟା ୨ ଲକ୍ଷ ୧୪ ହଜାର ୧୧୩ ହୋଇଛି । ଏହା ମଧ୍ୟରୁ ୧,୩୯,୦୦୧ ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି ।

ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ବେତପତ୍ରରେ ତଥ୍ୟ ଦିଆଯାଇଛି ଯେ ସାଇବର୍‌ ଅପରାଧ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବାର ତଥ୍ୟ ଚିନ୍ତା ବଢ଼ାଇଦେଇଛି । ୨୦୨୩ରେ ସାଇବର୍‌ ଅପରାଧ ମାମଲା ୨୩୪୮ ଥିଲା ବେଳେ ୨୦୨୪ରେ ତାହା ୨୫୦୧ରେ ପହଞ୍ଚିଛି ।

ସେଥିରୁ ମାତ୍ର ୨୭୨ଟି ଅର୍ଥାତ୍‌ ୧୧% ମାମଲାରେ ଚାର୍ଜସିଟ୍‌ ହୋଇଛି। ୭୫୦ ଜଣ ଅଭିଯୁକ୍ତ ଏହି ଅପରାଧରେ ସଂପୃକ୍ତ ଥିଲା ବେଳେ ୫୮୧ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି ।

Home Ministry white paper out

୨୦୨୪ରେ ମୋଟ ୩୦୫୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଏହା ମଧ୍ୟରୁ ୨୯୮୬ ମାମଲା ସତ୍ୟ ବୋଲି ସରକାର ସ୍ବୀକାର କରିଛନ୍ତି।

ତେବେ ଚାର୍ଜସିଟ୍‌ ହାର ୬୪% ରହିଛି ଅର୍ଥାତ୍‌ ୧୯୪୮ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି । ମୋଟ ମାମଲାକୁ ହିସାବକୁ ନେଲେ ରାଜ୍ୟରେ ପ୍ରତିଦିନ ୮ରୁ ଅଧିକ ଦୁଷ୍କର୍ମ ମାମଲା ହେଉଛି ବୋଲି ଧରିବାକୁ ପଡ଼ିବ । ସେମିତି ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍‌ ହାର ଆହୁରି ଦୁର୍ବଳ ।

୨୦୨୪ରେ ୧୨୮୫ଟି ହତ୍ୟା ମାମଲା ରୁଜୁ ହୋଇଥିଲା ବେଳେ ସେଥିରୁ ୧୨୧୫ଟି ସତ ବୋଲି ସ୍ବୀକାର କରାଯାଇଛି । ଏହା ମଧ୍ୟରୁ ୫୪୨ଟି ଅର୍ଥାତ୍‌ ୪୫% ମାମଲାରେ ଚାର୍ଜସିଟ୍‌ ହୋଇଛି । ଦଙ୍ଗା ଘଟଣାରେ ମଧ୍ୟ ୪୩% ମାମଲାରେ ଚାର୍ଜସିଟ୍‌ ହୋଇଛି । ତଥ୍ୟ କହୁଛି, ୨୩୩ କୋଟି ୯୮ ଲକ୍ଷ ଟଙ୍କା ଚୋର ନେଇଯାଇଛନ୍ତି । କିନ୍ତୁ ଉଦ୍ଧାର ପରିମାଣ ମାତ୍ର ୫୧ କୋଟି ୧୮ ଲକ୍ଷ ଟଙ୍କା । ସେହିଭଳି ରାଜ୍ୟରେ ୧୨୩୭୫ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୦% ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି ।

ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ବୋଲି ଶ୍ବେତପତ୍ରରେ ଦର୍ଶାଯାଇଛି । ସାମାଜିକ ଗଣମାଧ୍ୟମରେ ଶିଶୁଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ଦୁଇ ଗୁଣା ଭିଡିଓ ଭାଇରାଲ୍ ହୋଇଥିବା ନେଇ ମାମଲା ଆସିଛି । କିନ୍ତୁ ସମସ୍ତଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରିନି । ୨୦୨୪ ମସିହାରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଶିଶୁ ଅଶ୍ଳୀଳତା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ସମ୍ବନ୍ଧୀୟ ସାମଗ୍ରୀ ଅପଲୋଡ୍ ସଂଖ୍ୟା ବଢ଼ିଛି । ୨୦୨୪ରେ ଏହି ଭଳି ଭିଡିଓ ଅପେଲାଡ୍ ନେଇ ୧୦୨୩ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୯୪୨ଟି ଅଭିଯୋଗର ତଦନ୍ତ ଶେଷ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+