ବଢିବ ଓଡ଼ିଶା ହୋମଗାର୍ଡଙ୍କ ଦରମା, ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ରାଜ୍ୟ ହୋମଗାର୍ଡଙ୍କ ପାଇଁ ଖୁସି ଖବର । ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ଜୁନ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ ।

Odisha Home Guard Salary

ଭୁବନେଶ୍ୱର: ରାଜ୍ୟ ହୋମଗାର୍ଡଙ୍କ ପାଇଁ ଖୁସି ଖବର । ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ଜୁନ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ବକେୟା ଟଙ୍କା ହୋମଗାର୍ଡ ମାନଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି ।

ସମାନ କାମକୁ ସମାନ ଦରମା ନେଇ ପ୍ରଥମେ ମାନ୍ୟବର ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ। ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ଉଲ୍ଲେଖଥାଉ କି, ୨୦୧୬ ମସିହାରେ ସମସ୍ତ ରାଜ୍ୟଙ୍କୁ ମାନ୍ୟବର ସୁପ୍ରିମକୋର୍ଟ କନେଷ୍ଟବଳ ମାନେ ଯେଉଁ ବେତନ ପାଇବେ ହୋମଗାର୍ଡ ମାନେ ମଧ୍ୟ ସେହି ବେତନ ପାଇବେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ରାଜ୍ୟ ଏହି ନିଷ୍ପତ୍ତିକୁ ମାନିଥିଲେ ମଧ୍ୟ ରାଜ୍ୟ ସରକାର ଏ ରାୟକୁ କର୍ଣ୍ଣପାତ କରି ନଥିଲେ। ଏନେଇ ୨୦୧୮ ମସିହାରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ମହାସଂଘ । ବର୍ତ୍ତମାନ ଓଡିଶାର ହୋମଗାର୍ଡଙ୍କୁ ମାସିକ ୯,୦୦୦ ଟଙ୍କା ଅର୍ଥାତ୍ ଦୈନିକ ୩୦୦ ଟଙ୍କା ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+