Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱର ଫେରିଲା ଚାମ୍ପିଅନ୍ ଟିମ୍: ହକି ଇଣ୍ଡିଆ ସିନିୟର୍ ପୁରୁଷ ହକି ଚାମ୍ପିଅନସିପରେ ଓଡ଼ିଶାକୁ ସ୍ଵର୍ଣ୍ଣ

Odisha Hockey Team: ଇତିହାସ ରଚିଛି ଓଡ଼ିଶା ପୁରୁଷ ହକି ଟିମ୍ । ହକି ଇଣ୍ଡିଆ ସିନିୟର୍ ପୁରୁଷ ହକି ଚାମ୍ପିଅନସିପରେ ଓଡ଼ିଶା ସ୍ଵର୍ଣ୍ଣ ପଦକ ଜିତିଛି,ହରିୟାଣକୁ ୫-୧ ଗୋଲରେ ଓଡ଼ିଆ ମାତ୍ ଦେଇ ପ୍ରଥମ ଥର ଏହି ଟାଇଟଲ ହାତେଇଛି । ବିଜୟର ମୁକୁଟ ପିନ୍ଧି ଟ୍ରଫି ସହ ଭୁବନେଶ୍ୱର ଫେରିଛି ଓଡ଼ିଶା ହକି ଟିମ୍ । ଭୁବନେଶ୍ୱର ବିମାନ ବନ୍ଦରରେ ଚାମ୍ପିୟନ୍ସଙ୍କୁ ଉତ୍ସାହର ସହ ସ୍ୱାଗତ କରାଯାଇଛି ।

Odisha Hockey Team

ସୂଚନାଥାଉ ଯେ, ଚେନ୍ନାଇରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ହରିୟଣାକୁ ୫-୧ ଗୋଲରେ ପରାସ୍ତ କରିଥିଲା ଓଡ଼ିଶା । ଶିଳାନନ୍ଦ ଲାକ୍ରା ୩ଟି ଗୋଲ୍ ଦେଇଥିବା ବେଳେ ଆକାଶ ତିର୍କୀ ଓ ପ୍ରତାପ ଲାକ୍ରା ଗୋଟିଏ ଲେଖାଏଁ ଗୋଲ କରିଥିଲେ । ସେହିପରି ହରିୟଣା ଖେଳାଳୀ ଯୋଗିନ୍ଦର ସିଂହ ମାତ୍ର ଗୋଟିଏ ଗୋଲ୍ ସ୍କୋଲ କରିଥିଲେ । ତେବେ ପ୍ରଥମ ଥର ପାଇଁ ପୁରୁଷ ହକି ଟିମ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦ ଜିତିଥିବାରୁ ସାରା ରାଜ୍ୟରେ ଉତ୍ସାହର ମାହୋଲ । ଭୁବନେଶ୍ୱର ବିମାନବନ୍ଦରରେ ଜାତୀୟ ହକି ଚାମ୍ପିଅନ୍ ଟିମକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+