ଆଜି ଖୋଲିବ ହୀରାକୁଦର ଦୁଇଟି ଗେଟ୍: ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌

ଖୋଲିବ ହୀରାକୁଦର ଦୁଇଟି ଗେଟ୍ । ଆଜି ଅପରାହ୍ନ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍ । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌ ରହିଛି ।

ସେପଟେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପର ରୂପ ନେଇଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଜୁନ୍‌ ମାସରୁ ସେପ୍ଟେମ୍ବର ୧୧ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ ୮୯୧.୮ ମି.ମି ବର୍ଷା ହୋଇଯାଇଛି । ଯାହାକି ସ୍ବାଭାବିକ ବର୍ଷା ୧୦୧୮.୪ ମି.ମି ତୁଳନାରେ ୧୨% କମ୍‌ ଅଟେ। ଏହି ସମୟ ମଧ୍ୟରେ ୧୦ ଜିଲ୍ଲାରେ ଅଭାବୀ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି।

hirakud _DAM

ଗତ ୨୪ଘଣ୍ଟାରେ ଆଜି ସକାଳ ୮ଟା୩୦ ସୁଦ୍ଧା ରେକର୍ଡ ପ୍ରମୁଖ ବର୍ଷା,
୪ସ୍ଥାନରେ ଅତିପ୍ରବଳ ଏବଂ ୧୭ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।
ଲାଞ୍ଜିଗଡ(କଳାହାଣ୍ଡି): ୧୫୬.୪ ମିମି
ଦାରିଙ୍ଗବାଡି(କନ୍ଧମାଳ): ୧୨୮ ମିମି
ଚିତ୍ରାକୁଣ୍ଡ(ମାଲକାନଗିରି): ୧୧୭ମିମି
ଅତାବିରା(ବରଗଡ): ୧୧୬ମିମି
ଟିକାବାଲି(କନ୍ଧମାଳ): ୧୧୪ମିମି
ଭଞ୍ଜନଗର(ଗଞ୍ଜାମ): ୧୦୨ମିମି

ଆଜି ପାଇଁ କଳାହାଣ୍ତି , ବଲାଙ୍ଗୀର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ପୁରୀ, ଗଞ୍ଜାମ, ଗଜପତି, ନୂଆପଡ଼ା, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ରାୟଗଡ଼ା ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ହୀରାକୁଦ ଜଳ ଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟା ଜଳ ଜୁଲାଇ ୨୩ ତାରିଖ ରବିବାର ନିଷ୍କାସନ କରାଯାଇଥିଲା। ଏହାପରେ ପାଣି କମିବା ପରେ ଗେଟ୍ ବନ୍ଦ କରାଯାଇଥିଲା । ତେବେ ପୁଣି ଆଜିଠାରୁ ଦୁଇଟି ଗେଟ୍ ଖୋଲାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+